ଦୁଇ ମାସ ମତ୍ସଜୀବୀଙ୍କୁ ସମୁଦ୍ର ମନା, ମାଛବଂଶ ବୃଦ୍ଧି ପାଇଁ କଟକଣା

Published By : Prameya-News7 Bureau | April 15, 2024 IST

ପାରାଦୀପ ୧୫।୦୪ : ଆଜିଠୁ (ଅପ୍ରେଲ ୧୫) ଦୁଇମାସ ପର୍ଯ୍ୟନ୍ତ ସମୁଦ୍ରକୁ ଯିବେ ନାହିଁ ମତ୍ସ୍ୟଜୀବୀ। ମାଛ ବଂଶ ବୃଦ୍ଧି ପାଇଁ ସରକାର ଲଗାଇଛନ୍ତି ରୋକ।  ଏପ୍ରିଲ ୧୫ରୁ ଜୁନ ୧୪ ମାଛଙ୍କ ଅଣ୍ଡାଦାନର ସମୟ। ପାରାଦ୍ଵୀପରେ ୨୫୪୩ରୁ ଅଧିକ ଯନ୍ତ୍ର ଚାଳିତ ଡଙ୍ଗା ଓ ୬୧୧ ଟି ସେନା ବୋଟ ଚଳାଚଳ ବନ୍ଦ ରହିବ। 

ମତ୍ସ୍ୟ ସମ୍ପଦର ସୁରକ୍ଷା ଓ ମତ୍ସ୍ୟ ଉତ୍ପାଦନକୁ ଲକ୍ଷ୍ୟ ରଖି ୨୦୦୫ ମସିହା ଠାରୁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି କଡା ନିୟମ | ଏପ୍ରିଲ ୧୫ ତାରିଖରୁ ଜୁନ ୧୫ ଦୁଇମାସ ମଧ୍ୟରେ ମାଛ ମାନେ ଅଣ୍ଡାଦାନ କରିବାକୁ ଥିବା ବେଳେ ଦୂର ସମୁଦ୍ର ମଧ୍ୟକୁ ୮.୩୦ ମିଟର ଦୈର୍ଘ୍ୟ ବିଶିଷ୍ଟ ଯନ୍ତ୍ର ଚାଳିତ ଡଙ୍ଗା କିମ୍ବା ଟ୍ରଲର ମାଛ ଧରିବାକୁ ଦୂର ସମୁଦ୍ର ଭିତରେ ପ୍ରବେଶ କରିବେ ନାହିଁ। ଯାହାକୁ ନେଇ ସୋମବାରଠାରୁ ଲାଗୁ ହୋଇଛି ଏହି ନିୟମ । ଉପକୁଳରୁ ଦୂର ସମୁଦ୍ର ଭିତରକୁ ପ୍ରତିଦିନ ଶହ ଶହ ସଂଖ୍ୟାରେ ଡଙ୍ଗା ଓ ଟ୍ରଲର ମାଛ ଧରିବା ପାଇଁ ଯାଉଥିବା ବେଳେ ଏହି ସମୟରେ ମାଛ ମାନେ ଅଣ୍ଡା ଦାନ କରିବାକୁ ଆସୁଥିବେ । ତେଣୁ ଯନ୍ତ୍ର ଚାଳିତ ବୋଟ କିମ୍ବା ଡଙ୍ଗା ଯୋଗୁଁ ସେମାନେ କ୍ଷତିଗ୍ରସ୍ତ ହେଉଥିବା ନେଇ ଏହି ନିୟମ କରାଯାଇଛି । ଏହି ସମୟରେ ପ୍ରସାଶନିକ କଟକଣା ମତ୍ସ୍ୟଜୀବୀ , ବ୍ୟବସାୟୀ, ଟ୍ରଲର ଓ ଡଙ୍ଗା ମାଲିକ ମାନଙ୍କୁ ଆର୍ଥିକ କ୍ଷତି ପହଞ୍ଚାଉ ଥିବାରୁ ସେମାନେ ଏବେ ବେଶ ଚିନ୍ତିତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.