ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ନିଜର ବାର୍ଷିକ ସ୍ବାସ୍ଥ୍ୟ ପରୀକ୍ଷା ରିପୋର୍ଟ ସାର୍ବଜନୀନ କରିଛନ୍ତି । ବିଶ୍ବର ପ୍ରଥମ ନେତା ଭାବରେ ସେ ନିଜର ରୋଗ ସଂପର୍କରେ ଖୋଲାଖୋଲି ଭାବରେ କହିଛନ୍ତି । ନେତାନ୍ୟାହୁ କହିଛନ୍ତି, ସେ ପ୍ରୋଷ୍ଟେଟ୍ କ୍ୟାନ୍ସରରେ ପୀଡ଼ିତ ଥିଲେ ଏବଂ ତାଙ୍କର ଚିକିତ୍ସା ହୋଇଛି । ୨ ମାସ ପରେ ନିଜର ଏହି ରିପୋର୍ଟ ସାର୍ବଜନୀନ କରିଛନ୍ତି ନେତାନ୍ୟାହୁ । ସ୍ବାସ୍ଥ୍ୟବସ୍ଥାକୁ ନେଇ ମିଥ୍ୟା ପ୍ରଚାର ନହେଉ, ସେଥିପାଇଁ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ

ଇସ୍ରାଏଲ ଇତିହାସରେ ପ୍ରଥମ ଥର ଏଭଳି ଘଟିଛି ଯେ, ଦୀର୍ଘ ସମୟ ଧରି ଶାସନରେ ଥିବା ଜଣେ ନେତା ନିଜର ସ୍ବାସ୍ଥ୍ୟବସ୍ଥା ସଂପର୍କରେ ସାର୍ବାଜନୀନ ଭାବରେ କହିଛନ୍ତି । ନେତାନ୍ୟାହୁ କହିଛନ୍ତି, ‘ଦେଢ଼ ବର୍ଷ ପୂର୍ବେ, ମୋର ପ୍ରୋଷ୍ଟେଟ୍ କର୍କଟର ସଫଳ ଅସ୍ତ୍ରୋପଚାର କରାଯାଇଥିଲା। ସେବେଠାରୁ, ନିୟମିତ ଡାକ୍ତରୀ ପରୀକ୍ଷା ଜାରି ରହିଛି। ମୋର ଶେଷ ପରୀକ୍ଷାରେ, ମୋ ପ୍ରୋଷ୍ଟେଟ ଏକ ସେଣ୍ଟିମିଟରରୁ କମ୍ ଆକାରର ଏକ ଗଣ୍ଠି ମିଳିଥିଲା। ଅଧିକ ତଦନ୍ତରୁ ଜଣାପଡ଼ିଲା ଯେ, ଏହା ଏକ ପ୍ରାରମ୍ଭିକ ପର୍ଯ୍ୟାୟର ମାଲିଗ୍ନାଣ୍ଟ ଟ୍ୟୁମର ।’ ସେ କହିଛନ୍ତି ଏହା ପୁରୁଷମାନଙ୍କ ମଧ୍ୟରେ ସାଧାରଣ ଏବଂ ଚିକିତ୍ସା ଆବଶ୍ୟକ । ଯେକେହି ଏଥିରୁ ମୁକ୍ତି ପାଇପାରିବେ, କିନ୍ତୁ କେବଳ ଚିକିତ୍ସା ହିଁ ସମସ୍ୟାର ସମାଧାନ କରିପାରିବ।

Also Read: ସାରା ନେତାନ୍ୟାହୁ କିଏ ? ଯାହାଙ୍କ ଡ୍ରେସ୍ ସହ PM ମୋଦିଙ୍କ ରୁମାଲ ହେଲା ମ୍ୟାଚିଂ, ଭିଡିଓ ଭାଇରାଲ

ମୁଁ ଏବେ ସମ୍ପୂର୍ଣ୍ଣ ସୁସ୍ଥ: ନେତାନ୍ୟାହୁ

ନେତାନ୍ୟାହୁ କହିଛନ୍ତି ଯେ, ଏହା ଏକ ଜାତୀୟ କିମ୍ବା ବ୍ୟକ୍ତିଗତ ସମସ୍ୟା ହେଉ, ସେ ପ୍ରଥମେ ଏହାକୁ ସମାଧାନ କରିବାକୁ ଚାହାଁନ୍ତି । ତେଣୁ ସେ ପ୍ରଥମେ ଏହି ରୋଗକୁ ଠିକ୍ କରିଥିଲେ । ରୋଗର ଚିକିତ୍ସା କରାଇ ସମସ୍ୟାର ସମାଧାନ କରିଥିଲେ। ସେ କହିଛନ୍ତି ଯେ, ଦାଗ ଏବେ ସମ୍ପୂର୍ଣ୍ଣ ଭାବରେ ଲିଭିଯାଇଛି ଏବଂ ସେ କଷ୍ଟକର ସମୟକୁ ଅତିକ୍ରମ କରିଛନ୍ତି। ସେ ଜେରୁସାଲେମର ହଦାସା ହସ୍ପିଟାଲର ଡାକ୍ତରୀ ଦଳକୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହ ଲୋକମାନଙ୍କୁ ନିଜର ରୋଗ ପରୀକ୍ଷା କରାଇବା ସହ ଡାକ୍ତରଙ୍କ ପରାମର୍ଶ ମାନିବାକୁ ଅନୁରୋଧ କରିଛନ୍ତି ନେତାନ୍ୟାହୁ।