ନୂଆଦିଲ୍ଲୀ, ୨୭/୦୮ : ନେପାଳରେ ଆସିଛି ପ୍ରଳୟଙ୍କରୀ ବନ୍ୟା । ରସଓ୍ୱା ଜିଲ୍ଲାର ଭୋଟେକୋଶୀ ନଦୀରେ ଆସିଥିବା ବନ୍ୟା ଶହଶହ ଜୀବନ ନେଇଛି । ଏକ ହଜାରରୁ ଅଧିକ ନିଖୋଜ ଅଛନ୍ତି । ବୁଧବାର ସକାଳ ପ୍ରାୟ ୯ଟାରେ ତିବ୍ଦତର ଦିଶାରୁ ଭୋଟେକୋଶୀ ନଦୀରେ ଅଚାନକ ପାଣିର ସ୍ରୋତ ଭୟଙ୍କର ଭାବେ ବଢ଼ି ଜନବସତି ଅଞ୍ଚଳକୁ ମାଡ଼ି ଆସିଥିଲା । ଯାହା ସବୁ କିଛି ଖିନଭିନ କରିଦେଇଛି । ଏବେ ଘଟଣାର ସାଟେଲାଇଟ୍ ଫଟୋ ଆସିଛି । ପୂର୍ବରୁ ଏଠାରେ କିପରି ସ୍ଥିତି ଥିଲା ଏବଂ ବନ୍ୟା ପରେ ଚିତ୍ର କେତେ ବଦଳିଛି ତାହା ଜଣା ପଡିଛି । 

ପ୍ରଥମ ଫଟୋରୁ ଜଣା ପଡିଛି ଯେ, ଦେବୀଘାଟର ଆଖପାଖ ଅଞ୍ଚଳରେ ନଦୀର ଜଳସ୍ତର ଅଧିକ ରହିଛି । ନଦୀ କୂଳିଆ ଘରେ ପାଣି ପଶିଛି । ଏହାସହ ଅନେକ ଘର ଭାଙ୍ଗିଯାଇଛି । ଦ୍ୱିତୀୟ ଫଟୋରେ ପ୍ରତଣ୍ଡ ସୁଅ କାରଣରୁ ବେତ୍ରାବତୀ ଅଞ୍ଚଳରେ ନଦୀ ଭୟଙ୍କର ରୂପ ଧାରଣ କରିଛି । ପାଣି ପ୍ରଖର ଗତିରେ ମାଡି ଆସୂଛି । ରାସ୍ତା ଏବଂ ଆଖପାଖ ଅଞ୍ଚଳ ସବୁ ନଦୀର ଗର୍ଭରେ ଲୀନ ହୋଇଯଉଛି ।

Also Read :- ନେପାଳରେ ପୂର୍ବରୁ ବି ଆସିଛି ପ୍ରଳୟ : ନଜର ପକାନ୍ତୁ ଗତ ୫ ବର୍ଷରେ ଆସିଥିବା ଭୟଙ୍କର ଘଟଣା ଉପରେ…

ତୃତୀୟ ଫଟୋରେ ଦେଖିବାକୁ ମିଳିଛି ଯେ, ହାକୁବେସୀ ଅଞ୍ଚଳରେ ବନ୍ୟା ପାଇଁ ବ୍ୟାପକ କ୍ଷତି ହୋଇଛି । ଏଥିରେ ବନ୍ୟା ସହ ଆସିଥିବା ବିଭିନ୍ନ ଭଗ୍ନାବଶେଷ ଆହୁରି ଅଧିକ କ୍ଷତି କରିଛି । ଚତୁର୍ଥ ଫଟୋରେ ସ୍ୟାଫ୍ରୁବେସୀରେ ବନ୍ୟା ପୂର୍ବରୁ ସବୁ ସାଧାରଣ ଲାଗୁଛି । ଏହି ଅଞ୍ଚଳ ବର୍ଷା ଏବଂ ଗଛପତ୍ର କାରଣରୁ ସବୁଜ ଦେଖାଯାଉଛି । ହେଲେ ବନ୍ୟା ପରେ ସମଗ୍ର ଅଞ୍ଚଳରେ ମାଟି କାଦୁଅର ଆସ୍ତରଣ ଜମିଯାଇଛି ।

ସିକିମି ୟୁନିଭର୍ସିଟିର ପ୍ରଫେସର ବିକ୍ରମ ଗୁପ୍ତା କହିଛନ୍ତି ଯେ, ସାଟେଲାଇଟ୍ ଫଟୋରୁ ଗ୍ଲାସିୟରର ନିମ୍ନ ଭାଗରେ ହିମସ୍ଖଳନ ପାଇଁ ଏପରି ଘଟିଥିବା ଜଣା ପଡୁଛି ।

ସେପଟେ ପ୍ଲାନେଟ୍ ଲ୍ୟାବର ରିପୋର୍ଟରେ ଅଗଷ୍ଟ ୨୫ ଏବଂ ଅଗଷ୍ଟ ୨୬ ତାରିଖରେ ଫଟୋ ଆସିଛି । ଏହାସହ ଅଗଷ୍ଟ ୨୩ର ମଧ୍ୟ ଫଟୋ ଆସିଛି । ଯେଉଁଥିରେ ଅଗଷ୍ଟ ୨୬6ର ଚିତ୍ର ୨୩ ତାରିଖ ଅପେକ୍ଷା ସମ୍ପୂର୍ଣ୍ଣ ଭିନ୍ନ ଥିବା ଦେଖିବାକୁ ମିଳିଛି । ସେହିପରି ସାଟେଲାଇଟ୍ ଫଟୋରେ ବନ୍ୟା ପରେ ଗ୍ଲେସିଅରର ଆକାରରେ ପରିବର୍ତ୍ତନ ହୋଇ ହ୍ରାସ ମଧ୍ୟ ପରିଲକ୍ଷିତ ହୋଇଛି ।