ଆଷ୍ଟ୍ରାଜେନିକା କୋଭିଡ୍‌ ଭ୍ୟାକ୍ସିନ୍‌ରେ ସାଇଡ୍‌ ଇଫେକ୍ଟ: ପ୍ରଥମ ଥର ପାଇଁ କୋର୍ଟରେ ସତ ସ୍ୱୀକାର କଲା କମ୍ପାନୀ

Published By : Prameya-News7 Bureau | April 29, 2024 IST

indiatoday

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ କୋର୍ଟରେ ସତ ସ୍ୱୀକାର କଲା ବ୍ରିଟେନ୍ ଔଷଧ ନିର୍ମାତା କମ୍ପାନୀ ଆଷ୍ଟ୍ରାଜେନିକା। କମ୍ପାନୀର କୋଭିଡ୍ ଭ୍ୟାକ୍ସିନ୍‌ରେ ସାମାନ୍ୟ ପାର୍ଶ୍ୱ ପ୍ରତ୍ରିକିୟା(ସାଇଡ୍‌ ଇଫେକ୍ଟ) ଦେଖା ଦେଇପାରେ ବୋଲି କମ୍ପାନୀ କୋର୍ଟ ଦଲିଲ୍‌ରେ ସ୍ୱୀକାର କରିଛି।

ଅକ୍ସଫୋର୍ଟ-ଆଷ୍ଟ୍ରାଜେନିକା କୋଭିଡ୍ ଭ୍ୟାକ୍ସିନ ବିଶ୍ୱସ୍ତରରେ କୋଭିଶିଲ୍ଡ ଏବଂ ଭାକ୍ସଜେଭ୍ରିଆ(Vaxzevria) ଆଦି ନାଁରେ ବିକ୍ରି ହେଉଥିଲା। ଲୋକେ ଏହି ଟିକା ମଧ୍ୟ ନେଇଥିଲେ। ଟିକା ନେବା ପରେ ପ୍ରତିକୂଳ ପ୍ରଭାବ ଦେଖା ଦେବା ପରେ ଏକାଧିକ ଲୋକ ଆଷ୍ଟ୍ରାଜେନିକା ବିରୋଧରେ ଅଭିଯୋଗ କରିଥିଲେ। 


ଅକ୍ସଫୋର୍ଡ ୟୁନିଭର୍ସିଟି ସହଯୋଗରେ କମ୍ପାନୀ ତିଆରି କରିଥିବା ଟିକାର ଭୟଙ୍କର ପରିଣାମ ଦେଖାଯାଉଛି ବୋଲି କୋର୍ଟରେ ଏକାଧିକ ମାମଲା ଦାୟର କରାଯାଇଥିଲା। ବର୍ତ୍ତମାନ କମ୍ପାନୀର ସ୍ୱୀକାର ଉକ୍ତ ଆଇନଗତ ଲଢ଼େଇକୁ ଆହୁରି ବଳ ଦେଇଛି। ଏପ୍ରିଲ ୨୦୨୧ରେ ବ୍ରିଟେନ୍‌ର ଜାମିଏ ସ୍କଟ୍ ନାମକ ବ୍ୟକ୍ତି ଆଷ୍ଟ୍ରେଜନିକା ଭ୍ୟାକ୍ସିନ ନେବା ପରେ ତାଙ୍କର ବ୍ରେନ୍ ଇଞ୍ଜୋରୀ ଦେଖା ଦେଇଥିଲା। ଏହାପରେ ସେ କମ୍ପାନୀ ବିରୋଧରେ କୋର୍ଟରେ ମାମଲା ଦାୟର କରିଥିଲେ। ତାଙ୍କର ଓ ତାଙ୍କ ପରି କେତେ ଲୋକଙ୍କର ଟିକା ନେବା ପରେ ଥ୍ରୋମ୍ବୋସାଇଟୋପେନିଆ ସିଣ୍ଡ୍ରମ(ଟିଟିଏସ୍‌) ଥାଇ ଥ୍ରୋମ୍ବୋସିସ୍‌ ନାମକ ଏକ ବିରଳ ରୋଗ ହୋଇଥିଲା। ଯେଉଁଥିରେ ରୋଗୀ ଠାରେ ବ୍ଲଡ୍‌ କଟ୍(ଜାଗେ ଜାଗେ ରକ୍ତ ଜମାଟ ବାନ୍ଧିବା) ଓ ଲୋ ପ୍ଲେଟ୍‌ଲେଟ(ରକ୍ତ କଣିକାର ଅଭାବ) ଦେଖା ଦେଇଥିଲା। 
ପଢ଼ନ୍ତୁ-ଚନ୍ଦ୍ରକୁ ଯିବା ପୂର୍ବରୁ ନଷ୍ଟ ହୋଇଯାଇଥାନ୍ତା ଚନ୍ଦ୍ରଯାନ ୩, ଜାଣନ୍ତୁ ଇସ୍ରୋର ୪ ସେକେଣ୍ଡ ବିଳମ୍ୱ ନିଷ୍ପତ୍ତି କିପରି ରକ୍ଷା କଲା ମିଶନକୁ
ଏବେ ବ୍ରିଟେନ୍ ହାଇକୋର୍ଟରେ ଦିଆଯାଇଥିବା ଦସ୍ତାବେଜ୍‌ରେ ଆଷ୍ଟ୍ରାଜେନିକା ଏହା ସ୍ୱୀକାର କରିଛି କମ୍ପାନୀର ଟିକା କିଛି କ୍ଷେତ୍ରରେ ଟିଟିଏସ୍‌ ସମସ୍ୟା ସୃଷ୍ଟି କରିପାରେ। ବର୍ତ୍ତମାନ ଘଟଣାରେ ପ୍ରଭାବିତ ହୋଇଥିବା ପରିବାର ଏହାର କ୍ଷିତପୂରଣ ଦାବି କରୁଛନ୍ତି। ଯଦି ଦୋଷ ପ୍ରମାଣିତ ହୁଏ, ତେବେ କମ୍ପାନୀକୁ କୋର୍ଟ ଦଣ୍ଡିତ କରିବା ସହିତ ଉକ୍ତ ପରିବାରକୁ କ୍ଷତିପୂରଣ ଦେବେ। ସୂଚନା ଥାଉକି ସୁରକ୍ଷା ନେଇ ପ୍ରଶ୍ନ ଉଠିବା ପରେ ଏବେ ବ୍ରିଟେନ୍‌ରେ ଆଉ ଆଷ୍ଟ୍ରାଜେନିକା ଭ୍ୟାକ୍ସିନ ବ୍ୟବହାର କରାଯାଉ ନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.