ବିଜେଡ଼ିରେ ଯୋଗଦେଲେ ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆରସିଂହ

Published By : Prameya-News7 Bureau | May 16, 2024 IST

ଭୁବନେଶ୍ବର ୧୬।୫: ବିଜେଡ଼ିରେ ଯୋଗଦେଲେ ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆରସିଂହ । ସତ୍ୟବାଦୀର ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସବର୍ମା, ସାଂସଦ ଶୁଭାଶିଷ ଖୁଣ୍ଟିଆ, ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଶଙ୍ଖ ଭବନରେ ବିଜେଡ଼ିରେ ଯୋଗ ଦେଇଛନ୍ତି । ଗୁରୁବାର ସକାଳେ ସେ ବିଜେପିରୁ ଇସ୍ତଫା ଦେଇଥିଲେ । ପୁଅ ସୌମ୍ୟରଞ୍ଜନ ବଳିଆରସିଂ ମଧ୍ୟ ବିଜେଡ଼ିରେ ଯୋଗ ଦେଇଛନ୍ତି । ଦଳରେ ଯୋଗଦେବା ପରେ ରମାରଞ୍ଜନ ବଳିଆରସିଂହ କହିଛନ୍ତି, ଘର ନୂଆ, ଦଳ ପୁରୁଣା। ଓଡ଼ିଆ ଅସ୍ମିତା କଥା ଯେଉଁମାନେ କହୁଛନ୍ତି ସେମାନେ ଜାଣିବା ଦରକାର ଯେ ଓଡ଼ିଆ ବିଶ୍ଵ ବିଦ୍ୟାଳୟ ହୋଇଛି ସତ୍ୟବାଦୀରେ । 

ଗୋପବନ୍ଧୁଙ୍କ ଗାଁର ବିକାଶ ହୋଇଛି । ଦୁଇ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ଯାଇ ବୁଲିକି ଆସିଲେ ହେଲେ ଟଙ୍କାଟିଏ ଅନୁଦାନ କେନ୍ଦ୍ରରୁ ଆସିଲାନି । ଗୁରୁବାର ଦ୍ବିପ୍ରହରରୁ ସତ୍ୟବାଦୀରେ ଫୁଲ ମଉଳିବ । ଡବଲ ଶଙ୍ଖରେ ସବୁ ଭୋଟ୍ ପଡ଼ିବ। ମୋତେ BJP ଟିକେଟ ଦେଲାନି, ଯିଏ ଭ୍ରଷ୍ଟାଚାରୀ ତାକୁ ଟିକେଟ ଦେଲେ । ମନସ୍ତାପ କରୁଛି ଅନୁସୋଚନା କରୁଛି ଏତେ ଦିନ ଧରି ଗୋଟେ ମରିଚିକା ପଛରେ ଦୌଡିଲି । ସମସ୍ତେ ଯୋଡ଼ି ଶଙ୍ଖକୁ ଭୋଟ୍ ଦେବାକୁ କର୍ମୀଙ୍କୁ ଆହ୍ବାନ ଦେଲେ । ମାତ୍ର ୭ ଦିନ ରହିଲା, ସଞ୍ଜୟ ଦାସବର୍ମାଙ୍କୁ ଜିତାଇବା ।

You Can Read :

ଖଲ୍ଲିକୋଟ ରାଜନୈତିକ ହିଂସାକାଣ୍ଡ : ଥାନା ପରିସରରେ ୧୪୪ ଧାରା ଲାଗୁ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.