ତେହେରାନ: ପାଉଁଶ ଗଦା ଉପରେ ସାରା ବିଶ୍ୱ। ଭୟଙ୍କର ସ୍ଥିତିରେ ଆମେରିକା ଏବଂ ଇରାନ ଯୁଦ୍ଧ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୋମା ମାଡ଼ ଧମକ ପରେ ଏବେ ସମସ୍ତଙ୍କ ତେହେରାନ ଉପରେ। ଡେଡଲାଇନ ସରିଛି। କେତେବେଳେ ବି ଆଟାକ୍ କରିପାରେ। କାହିଁକିନା ଆମେରିକା ବଡ଼ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି। ଆମେରିକା-ଇସ୍ରାଏଲ ଆକ୍ରମଣରେ ଅନେକ ଉଚ୍ଚ ପଦାଧିକାରୀଙ୍କୁ ହରାଇବା ସତ୍ତ୍ୱେ, ତେହେରାନ ପଛକୁ ହଟିବାକୁ ମନା କରିଦେଇଛି। ଏହାର ଜବାବରେ, ଦେଶ ଅଭୂତପୂର୍ବ ଦେଖାଦେଇଛି ଏକତା। ଲକ୍ଷ ଲକ୍ଷ ସ୍ୱେଚ୍ଛାସେବୀ ଓ ଯୁବପିଢ଼ି ଯୁଦ୍ଧ ପାଇଁ ଯୋଗ ଦେଉଛନ୍ତି। ପିଲାମାନଙ୍କୁ ସାମରିକ ପଦାଧିକାରରେ ସାମିଲ ହେବାକୁ ଅନୁମତି ଦିଆଯାଉଛି।

ଯଦି ଆମେରିକା ଏବଂ ଇସ୍ରାଏଲ ଦ୍ୱାରା ସ୍ଥଳ ଆକ୍ରମଣ ହୁଏ ତେବେ ଦେଶ ପାଇଁ ଲଢ଼ିବା ପାଇଁ ପ୍ରାୟ ୧୪ ମିଲିୟନ ଲୋକ ଯୁଦ୍ଧରେ ସାମିଲ ହେଉଛନ୍ତି। ଏପ୍ରିଲ ୨ ରେ ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର କାଲିବାଫ କହିଥିଲେ ଯେ ୭ ମିଲିୟନ ସ୍ୱେଚ୍ଛାସେବୀ ଯୋଗ ଦେଇଛନ୍ତି। ମାତ୍ର ୫ ଦିନ ମଧ୍ୟରେ ଏହି ସଂଖ୍ୟା ଦ୍ୱିଗୁଣିତ ହୋଇଛି।

also read- ଆଗେଇ ଆସ, ପରସ୍ପର ହାତ ଧରି ଘେରି ଯାଅ: ଦେଶବାସୀଙ୍କୁ ଇରାନର ଆହ୍ୱାନ୍

ଏଭଳି ପରିସ୍ଥିତି ମଧ୍ୟରେ ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରସିଦ୍ଧ ଇରାନୀ ସଂଗୀତଜ୍ଞ ଅଲି ଘମସାରି ନିଜ ଜୀବନକୁ ବାଜି ଲଗାଇ ନିଆରା ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ତେହେରାନ ନିକଟରେ ଥିବା ଦାମାଭନ୍ଦ ପାୱାର ପ୍ଲାଣ୍ଟ। ଏହା ଇରାନର ପ୍ରାୟ ଅଧା ଅଞ୍ଚଳକୁ ବିଦ୍ୟୁତ୍ ଯୋଗାଣ କରେ। ବର୍ତ୍ତମାନ ଆମେରିକା ଏଠାରେ ବୋମାମାଡ଼ କରିବ ଧମକ ଦେଇଛି। ଏହି ଧମକ ମଧ୍ୟରେ ଅଲି ଘମସାରି ତାଙ୍କର ପାରମ୍ପରିକ ବାଦ୍ୟଯନ୍ତ୍ର ନେଇ ସେଠାରେ ପହଞ୍ଚିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ସେ ପ୍ଲାଣ୍ଟ ସମ୍ମୁଖରେ ବସି ଶାନ୍ତ ଭାବରେ ତାଙ୍କ ବାଦ୍ୟଯନ୍ତ୍ର ବଜାଉଥିବା ଦେଖାଯାଇଛି।

ଘମସାରି କହିଛନ୍ତି ଯେ ଆକ୍ରମଣର ଧମକ ଶେଷ ନହେବା ପର୍ଯ୍ୟନ୍ତ ସେ ସେଠାରୁ ଯିବେ ନାହିଁ। ସେ ଭାବପ୍ରବଣ ହୋଇ କହିଛନ୍ତି, "ଯଦିଓ ମୁଁ ଏହି ପ୍ରୟାସରେ ମୋ ଜୀବନ ହରାଇବି। ମୁଁ ଦୁଃଖିତ ହେବି ନାହିଁ। କିନ୍ତୁ ମୁଁ ମୋ ଦେଶରେ ଅନ୍ଧାରକୁ ବନ୍ଦ କରିବା ପାଇଁ ଗୀତ ଗାଇବି।"

ପ୍ରକୃତରେ, ଇରାନ ସରକାର ନାଗରିକ, କଳାକାର ଏବଂ ଖେଳାଳିମାନଙ୍କୁ ଦେଶର ପାୱାର ପ୍ଲାଣ୍ଟ, ଶକ୍ତି ଷ୍ଟେସନ ଏବଂ ପରମାଣୁ ସୁବିଧା ଚାରିପାଖରେ ଏକାଠି ହେବାକୁ ଆହ୍ବାନ କରିବା ପରେ ଅଲି ଘମସାରୀଙ୍କ ପଦକ୍ଷେପ ଆସିଛି। ଇରାନ ବିଶ୍ୱାସ କରେ ଯେ ଯଦି ସାଧାରଣ ନାଗରିକମାନେ ଏହି ସମ୍ବେଦନଶୀଳ ସ୍ଥାନଗୁଡ଼ିକ ପାଖରେ 'ମାନବ ଶୃଙ୍ଖଳ' ଗଠନ କରନ୍ତି, ତେବେ ଆମେରିକା ଏବଂ ଇସ୍ରାଏଲ ସେମାନଙ୍କ ଉପରେ ବୋମା ପକାଇବାରୁ ନିବୃତ୍ତ ରହିବେ। କାରଣ ଦାମାଭାଣ୍ଡ ପ୍ଲାଣ୍ଟ ତେହେରାନର ଜୀବନରେଖା, ଘମସାରୀ ଏହାକୁ ତାଙ୍କର ସ୍ଥାନ ଭାବରେ ବାଛିଥିଲେ।

ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯଦି ହର୍ମୁଜ୍ ପ୍ରଣାଳୀ ସମ୍ପର୍କରେ ତାଙ୍କର ଦାବି ପୂରଣ ନ ହୁଏ ଏବଂ ଯୁଦ୍ଧବିରତି ଉପରେ ରାଜି ନ ହୁଏ, ତେବେ ଆମେରିକା ଇରାନର ବିଦ୍ୟୁତ୍ ପ୍ଲାଣ୍ଟ ଏବଂ ସେତୁଗୁଡ଼ିକୁ ନଷ୍ଟ କରିଦେବ। ଯଦି ଆମେରିକା ଏହି ପ୍ଲାଣ୍ଟଗୁଡ଼ିକୁ ଆକ୍ରମଣ କରେ, ତେବେ ସମଗ୍ର ଇରାନରେ ଏକ ଗମ୍ଭୀର ଶକ୍ତି ସଙ୍କଟ ସୃଷ୍ଟି ହୋଇପାରେ, ଯାହା ହସ୍ପିଟାଲ ଏବଂ ଅତ୍ୟାବଶ୍ୟକ ସେବାକୁ ବାଧାପ୍ରାପ୍ତ କରିପାରେ।