News7 Logo

ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ, ରାସ୍ତା ମଝିରେ କାର୍ ରଖି ଚାଲିଛି ଫଟୋ ସୁଟ୍

NEWS7
photo

ପୁରୀ ୧୭।୦୯ : ରାସ୍ତା ମଝିରେ କାର୍ ରଖି ଚାଲିଛି ଫଟୋ ଭିଡ଼ିଓ ସୁଟ୍ । ପୁରୀ- କୋଣାର୍କ ମେରାଇନ୍ ଡ୍ରାଇଭ ରାସ୍ତାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ମଝି ରାସ୍ତାରେ ଚାରି ଚକିଆ ଯାନ ରଖି ଜଣେ ଯୁବକ ଓ ଯୁବତୀ ଫଟୋ ଓ ଭିଡିଓ ସୁଟ୍ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।

ତେବେ ରାସ୍ତା ମଝିରେ କାର୍ ରଖି ଏଭଳି ଭିଡିଓ କରିବା ଆଇନ୍ ବିରୋଧୀ। ମଝି ରାସ୍ତାରେ କାର୍ ରଖି ଭିଡିଓ କରିବା ସମୟରେ ଯଦି କୌଣସି ଦୁର୍ଘଟଣା ଘଟେ ତେବେ ଏଥିପାଇଁ କିଏ ଦାୟୀ ରହିବ ତାକୁ ନେଇ ମଧ୍ୟ ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁରୀ-କୋଣାର୍କ ମୁଖ୍ୟ ରାସ୍ତାରେ ପ୍ରତିଦିନ ହଜାର ହଜାର ଯାନବାହାନ ଯାତାୟତ କରୁଥିବା ବେଳେ ଏହାଦ୍ବାରା ଦୁର୍ଘଟଣା ଘଟିବାର ଯଥେଷ୍ଟ ସମ୍ଭାବନା ରହିଛି। ଏଣୁ ଏଭଳି ଆଇନ୍ ବିରୋଧୀ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବାକୁ ମତପ୍ରକାଶ ପାଇଛି। ଗତ କିଛିଦିନ ପୂର୍ବେ  ରାସ୍ତାରେ ଷ୍ଟଣ୍ଟ୍ କରିବା ଯୋଗୁଁ ଅନେକଙ୍କ ଉପରେ ପରିବହନ ବିଭାଗ ଫାଇନ୍ ଆଦାୟ କରିଥିଲା। ଏବେ ପୁରୀ RTO ଏହି ଘଟଣା ଜାଣିବା ପରେ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାକୁ ଦେଖିବାକୁ ବାକି ରହିଲା। ​​​​​​​