ଗଜାନନଙ୍କ ଆବାହନରେ ଗଜରାଜଙ୍କ ଆଗମନ, ଚମ୍ପୁଆ ରେଞ୍ଜରେ ୨୨କୁ ବଢ଼ିଲା ହାତୀ ସଂଖ୍ୟା

କେନ୍ଦୁଝର ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାଲିବନ୍ଧ ସେକ୍ସନ ଜଙ୍ଗଲରେ ଏକ ମାଈ ହାତୀ ଶାବକ ଜନ୍ମ ଦେଇଛି । ଗତ ବିଳମ୍ବିତ ରାତିରେ ହାତୀପଲ ମଧ୍ୟରେ ଏହି ଶାବକର ଜନ୍ମ ହୋଇଥିବା ବେଳେ ବର୍ତ୍ତମାନ ଶାବକଟି ସୁସ୍ଥ ଓ ସକ୍ରିୟ ରହିଛି । ମାଆ ସହ ହାତୀପଲରେ ସୁରକ୍ଷିତ ଭାବେ ଚଳପ୍ରଚଳ କରୁଛି । ନୂଆ ଶାବକର ଆଗମନ ପରେ ଅଞ୍ଚଳରେ ଘୁରି ବୁଲୁଥିବା ହାତୀପଲର ସଦସ୍ୟ ସଂଖ୍ୟା ୨୧ରୁ ୨୨କୁ ବୃଦ୍ଧି ପାଇଛି ।
NEWS7
Elephant Calf