ଦେବଗଡ଼: ଖୁଣ୍ଟରେ ଚଢ଼ି ମରାମତି କରୁଥିବା ବେଳେ ବିଦ୍ୟୁତ ଆଘାତରେ ଚାଲିଗଲା ବିଦ୍ୟୁତ କର୍ମଚାରୀଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ରିଆମାଳ ବ୍ଲକ ଅନ୍ତର୍ଗତ କଲା ଗ୍ରାମରେ। ମୃତ ଟୁନା ସାହୁ (୩୮) ବାରକୋଟ ବ୍ଲକ ବୈଦେଇବଡକୁଦର ଠାରେ ହେଲପର ଭାବେ କାର୍ଯ୍ୟରତ ଥିଲେ।

ସୂଚନା ଅନୁସାରେ, କଲା ଗ୍ରାମରେ ଖୁଣ୍ଟକୁ ଚଢି ମରାମତି କରୁଥିବାବେଳେ ବିଦ୍ୟୁତ ଆଘାତରେ ଗୁରୁତର ହୋଇପଡ଼ିଥିଲେ। ତେବେ ଉପସ୍ଥିତ ଅନ୍ଯ କର୍ମଚାରୀ ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ବଂପରଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Also Read: ମଦ ଦୋକାନ ସ୍ଥାନାନ୍ତର ଦାବି, ମହିଳାଙ୍କ ଆନ୍ଦୋଳନ ପରେ ବନ୍ଦ ହେଲା ଦୋକାନ

ପେଟେ ଏହି ଘଟଣା ପରେ ଉତ୍ୟକ୍ତ ଲୋକେ ତାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଥିବା ବେଳେ, ବିଦ୍ୟୁତ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ଯକ୍ତ ଜନସାଧାରଣଙ୍କ ସହ ଆଲୋଚନା କରୁଛନ୍ତି।