ଭୋଗରାଇ: ସୁବର୍ଣ୍ଣରେଖାରେ ପ୍ରଳୟଙ୍କରୀ ବନ୍ୟାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ । ମୃତକ ଜଣକ ଭୋଗରାଇର ପସରବିନ୍ଧା ପଞ୍ଚାୟତ ଅଧିନ ସାନ ଆଉସା ଗାଁର ସ୍ବର୍ଗତ କାହ୍ନୁ ନାୟକଙ୍କ ସ୍ତ୍ରୀ ସୁମିତ୍ରା ନାୟକ। ଏନେଇ ଭୋଗରାଇ ଥାନାରେ କେସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା କହିଛନ୍ତି ଥାନା ଅଧିକାରୀ ଜ୍ଞାନରଞ୍ଜନ ସାହୁ ।

ସୂଚନା ଅନୁସାରେ, ସୁମିତ୍ରା (୬୫) ଅନ୍ୟ ୩ ଜଣଙ୍କ ସହିତ ଆଉସା ଘାଟକୁ ସ୍ନାନ ପାଇଁ ଯାଇଥିଲେ । ବନ୍ୟା ଯୋଗୁ ଘାଟରେ ପାଣି ଅଧିକ ଥିବା ବେଳେ, ସାମନ୍ୟ ଅସାବଧାନତା ଯୋଗୁ ଗୋଡ଼ ଖସିଯିବାରୁ ପାଣିରେ ଭାସି ଯାଇଥିଲେ ବୃଦ୍ଧା।

Also Read: ଭାଲୁକୁଣି ଭସାଣି ବେଳେ ଅଘଟଣ, ସାଉଣ୍ଡ୍ ବକ୍ସ ପଡ଼ିଯିବାରୁ ୮ ଯୁବତୀ ଗୁରୁତର

ଅବଶ୍ୟ ସ୍ଥାନୀୟ ଲୋକ ଏବଂ ପସରବିନ୍ଧା ସରପଞ୍ଚ ସୁମନ୍ତ ବେହେରାଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରି ଜଳେଶ୍ଵରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ ହୋଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ମୃତକଙ୍କ ପୁଅ ତପନ କୁମାର ନାୟକ ଭୋଗରାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।