ଯାଜପୁର: ଭାଲୁକୁଣି ଭସାଣି ଉତ୍ସବ ବେଳେ ବଡ଼ ଅଘଟଣ । ସାଉଣ୍ଡ୍ ବକ୍ସ ପଡ଼ିଯିବାରୁ ଚାପି ହୋଇ ୮ରୁ ଉର୍ଦ୍ଧ୍ବ ଯୁବତୀ ଆହତ । ସମସ୍ତେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଯାଜପୁର ସଦରଥାନା ଅନ୍ତର୍ଗତ ଛତିଶି ଦେବିଲ୍ ମହମ୍ମଦଜମା ପୁର ଗାଁରେ ଘଟିଛି ଅଘଟଣ ।

ସୂଚନା ଅନୁସାରେ, ସୋମବାର ସନ୍ଧ୍ୟାରେ ଏକ ପ୍ରୋସେସନରେ ଭାଲୁକୁଣି ଭସାଣି ଉତ୍ସବ ଚାଲିଥିଲା । ହେଲେ ଭସାଣି ଚାଲିଥିବା ସମୟରେ ଗଛ ଡାଳ ବାଜି ଡିଜେ ଗାଡ଼ିରେ ଲାଗିଥିବା ସାଉଣ୍ଡ୍ ବକ୍ସ ପଛରେ କିଛି ଯୁବତୀଙ୍କ ଉପରେ ପଡ଼ିଯାଇଥିଲା। ଏଥିରେ ୮ ଯୁବତୀ ଗୁରୁତର ଆହତ ହୋଇଛନ୍ତି।

Also Read: କଙ୍କଡ଼ା ଧରୁଥିଲେ ବୃଦ୍ଧ, ଝାମ୍ପିନେଲା କୁମ୍ଭୀର; ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ତେବେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ସେମାନଙ୍କୁ ପ୍ରଥମେ ମାର୍କଣ୍ଡପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।