ନୂଆଦିଲ୍ଲୀ: ବିଶାଳ ସରୀସୃପମାନଙ୍କର ଭିଡିଓଗୁଡ଼ିକ ପ୍ରାୟତଃ ଭୟଙ୍କର ହେବା ସହ ଆକର୍ଷଣୀୟ ମଧ୍ୟ ହୋଇଥାଏ । ଏହିପରି ଏକ ଭିଡିଓ ସୋସିଆଲ ମିଡିଆ ୟୁଜରଙ୍କ ଧ୍ୟାନ ଆକର୍ଷଣ କରିଛି, ଯେଉଁଥିରେ ଜଣେ ମହିଳା ଜୁ-କିପର ୨୫୦ ପାଉଣ୍ଡରୁ ଅଧିକ ଓଜନର ଏକ ବିଶାଳ କୁମ୍ଭୀରକୁ ଖୁବ୍ ସହଜରେ କୋଳରେ ଧରି ବୁଲୁଥିବାର ଦେଖିବାକୁ ମିଳୁଛି ।

'ଡାର୍ଥ' ନାମକ ଏହି କୁମ୍ଭୀରଟିକୁ ମହିଳା ଜଣକ ପାଖକୁ ଆଣି ବୁଲାଉଥିବା ବେଳେ ସେ ଆଶ୍ଚର୍ଯ୍ୟଜନକ ଭାବେ ଶାନ୍ତ ଥିବା ଜଣାପଡ଼ୁଛି । ତାହାର ବିଶାଳ ଆକାର ଏବଂ ଭୟାନକ ରୂପ ସତ୍ତ୍ୱେ ଡାର୍ଥ ମହିଳାଙ୍କ କୋଳରେ ଆରାମ ସ୍ଥିତିରେ ଅଛି । ଏହି ଦୃଶ୍ୟ ସେହି ମୁହୂର୍ତ୍ତକୁ ଆହୁରି ଆକର୍ଷଣୀୟ କରୁଥିଲା ।

ଏହି ଭିଡିଓଟି 'ଦି ରେପ୍ଟାଇଲ୍ ଜୁ'ର ଅଫିସିଆଲ୍ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର୍ କରାଯାଇଛି । ଭିଡିଓରେ ଜୁ-କିପର ଜଣକ ବର୍ଷ ବର୍ଷ ଧରି ଡାର୍ଥ ସହିତ ତାଙ୍କର ଗଢ଼ିଉଠିଥିବା ସମ୍ପର୍କ ବିଷୟରେ କହିଛନ୍ତି । ଭିଡିଓ ସହିତ ଥିବା କ୍ୟାପ୍ସନରେ ଲେଖାଅଛି, "ଡାର୍ଥକୁ ଏମିତି ଉଠାଇବା ଯେମିତି କିଛି ବଡ଼ କଥା ନୁହେଁ । ଏହି ଜୀବଟିର ଓଜନ ୨୫୦ ପାଉଣ୍ଡରୁ ଅଧିକ ଏବଂ ମୁଁ ତାକୁ ଉଠାଇ ବୁଲାଉଥିବା ବେଳେ ସେ ଖୁବ୍ ଶାନ୍ତ ଅଛି । ଡାର୍ଥ ଦୀର୍ଘ ଦିନ ହେବ ମୋ ସହିତ ଅଛି, ତେଣୁ ଆମେ ଏକ ଅଦ୍ଭୁତ ସମ୍ପର୍କ ଗଢ଼ିତୋଳିଛୁଷ । କିନ୍ତୁ ତଥାପି ସେ ଏକ ବିଶାଳ ବନ୍ୟଜନ୍ତୁ ଏବଂ ସବୁବେଳେ ସମ୍ମାନର ଯୋଗ୍ୟ ।"

ଏହାସହ, କ୍ୟାପ୍ସନରୁ ଏହା ସ୍ପଷ୍ଟ ଯେ ଜୁ-କିପର ଜଣକ ପଶୁଟିର ଏପରି ବ୍ୟବହାରକୁ ହାଲୁକା ଭାବେ ନିଅନ୍ତି ନାହିଁ । ବର୍ଷ ବର୍ଷର ମିଳାମିଶା ହୁଏତ ସେମାନଙ୍କ ମଧ୍ୟରେ ଆତ୍ମୀୟତା ଏବଂ ବିଶ୍ୱାସ ଗଢ଼ିବାରେ ସାହାଯ୍ୟ କରିଥାଇପାରେ । କିନ୍ତୁ ସେ ଜୋର ଦେଇ କହିଛନ୍ତି ଯେ ଡାର୍ଥ ଏପର୍ଯ୍ୟନ୍ତ ଏକ ବନ୍ୟଜନ୍ତୁ ଏବଂ ତାହାକୁ ସବୁବେଳେ ସାବଧାନତାର ସହ ବ୍ୟବହାର କରାଯିବା ଉଚିତ । ଏହି ଭିଡିଓକୁ ଦେଖି ୟୁଜରମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । କୁମ୍ଭୀରର ଆକାର ସହିତ ଜୁ-କିପରଙ୍କ ଆତ୍ମବିଶ୍ୱାସ ଏବଂ ଶାରୀରିକ ଶକ୍ତି ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।