​​​​​​​ମୁମ୍ବାଇ:  ଭାରତୀୟ ସିନେମା ଜଗତରେ ଦୁଇଟି ନାଁ, ଯାହାଙ୍କୁ ପରିଚୟର ଆବଶ୍ୟକତା ନାହିଁ ଗୋଟିଏ ପଟେ ବଲିଉଡର ଶହେନଶାହ ଅମିତାଭ ବଚ୍ଚନ ଏବଂ ଅନ୍ୟ ପଟେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ। ଉଭୟ ନିଜ ନିଜ କ୍ଷେତ୍ରରେ ଶ୍ରେଷ୍ଠବିଗ୍ ବିଙ୍କ ସ୍ୱର ଏବଂ ଡାଇଲଗ୍ ଡେଲିଭରୀ ଏବେ ବି ଲୋକଙ୍କୁ ମନ୍ତ୍ରମୁଗ୍ଧ କରେସେପଟେ ରଜନୀକାନ୍ତଙ୍କ ଷ୍ଟାଇଲ୍ ଓ ଆକ୍ସନ ପାଇଁ ସେ  କୋଟି କୋଟି ଲୋକଙ୍କୁ  ହୃଦୟର ସ୍ପନ୍ଦନ ପାଲଟିଛନ୍ତି। କିନ୍ତୁ କେବେ ଆପଣଙ୍କ ମନରେ ଏହି ପ୍ରଶ୍ନ ଆସିଛି କି ଏହି ଦୁଇ ଶ୍ରେଷ୍ଠ କଲାକାର କେତେ ଶିକ୍ଷିତ? ଆସନ୍ତୁ ଜାଣିବା...

ଅମିତାଭ ବଚ୍ଚନଙ୍କ ଜନ୍ମ ୧୧ ଅକ୍ଟୋବର ୧୯୪୨ରେ ଆଲ୍ଲାହାବାଦରେ ହୋଇଥିଲା। ତାଙ୍କ ବାପା ହରିବଂଶ ରାୟ ବଚ୍ଚନ ଜଣେ ପ୍ରସିଦ୍ଧ କବି ଥିଲେ, ତାଙ୍କ ମାଆ ତେଜି ବଚ୍ଚନ ଥିଏଟର ସହିତ ଜଡିତ ଥିଲେ। ଏପରି ପରିବେଶରେ ବଢ଼ିଥିବା ଅମିତାଭ ନୈନିତାଲର ଶେରଉଡ୍ କଲେଜରୁ ତାଙ୍କର ପ୍ରାରମ୍ଭିକ ଶିକ୍ଷା ପାଇଥିଲେ। ଏହା ପରେ, ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କିରୋରି ମାଲ କଲେଜରେ ପ୍ରବେଶ କରିଥିଲେ ଏବଂ ବିଜ୍ଞାନରେ ସ୍ନାତକ କରି ଥିଲେ। ସେ ୧୯୬୨ ମସିହାରେ ସ୍ନାତକ ସମାପ୍ତ କରିଥିଲେ। ଦ୍ୱାଦଶ ଶ୍ରେଣୀରେ ବିଜ୍ଞାନରେ ଭଲ ନମ୍ବର ପାଇଥିଲେ, ତେଣୁ ତାପରେ ସେ ବିଏସସି କରିଥିଲେ। କିନ୍ତୁ ପଦାର୍ଥ ବିଜ୍ଞାନରେ ତାଙ୍କୁ ବହୁତ କଷ୍ଟ ଲାଗୁଥିଲା। ସେ ଥରେ ବିଫଳ ହୋଇଥିଲେ, ପୁଣି ଥରେ ପରୀକ୍ଷା ଦେଇଥିଲେ ଏବଂ ୪୨% ନମ୍ବର ସହିତ ବହୁତ କଷ୍ଟରେ ପାସ୍ କରିଥିଲେ। ପାଠପଢ଼ା ଶେଷ  କରିବା ପରେ, ସେ ୧୯୬୯ ମସିହାରେ ବଲିଉଡରେ ପ୍ରବେଶ କରିଥିଲେ। ପରେ ସେ ପାଲଟିଥିଲା ବଲିଉଡ୍ ର ସେହେନଶାହ।

ସାଉଥ୍ ଷ୍ଟାର୍ ରଜନୀକାନ୍ତ ପ୍ରାଥମିକ ଶିକ୍ଷା ସମାପ୍ତ କରିବା ପରେ ତାଙ୍କୁ  ରାମକୃଷ୍ଣ ମଠକୁ ପଠାଯାଇଥିଲା। ସେଠାରେ ସେ ବେଦ, ଇତିହାସ ଏବଂ ଭାରତୀୟ ସଂସ୍କୃତି ବିଷୟରେ ଗଭୀର ଜ୍ଞାନ ହାସଲ କରିଥିଲେ। ଅଧିକ ପାଠପଢ଼ା ପାଇଁ ସେ ବେଙ୍ଗାଲୁରରେ ସ୍କୁଲ ଏବଂ କଲେଜରେ ପ୍ରବେଶ କରିଥିଲେ। କିନ୍ତୁ ଆର୍ଥିକ ଅଭାବ ଯୋଗୁଁ ତାଙ୍କୁ ପାଠପଢ଼ା ସହିତ ପାର୍ଟ ଟାଇମ୍ ଚାକିରି କରିବାକୁ ପଡିଥିଲା। ରଜନୀକାନ୍ତ ଜଣେ କୁଲି ଭାବରେ କାମ କରୁଥିଲେ ଏବଂ ପରେ ବସ୍ କଣ୍ଡକ୍ଟର ଭାବରେ ମଧ୍ୟ କାମ କରୁଥିଲେ, କିନ୍ତୁ ସେ କେବେବି ତାଙ୍କ ସ୍ୱପ୍ନ ଛାଡି ନଥିଲେ। ଧୀରେ ଧୀରେ ସେ ଅନୁଭବ କଲେ ଯେ ତାଙ୍କର ପ୍ରକୃତ ପଥ ଅଭିନୟ। ଏହି ଆଗ୍ରହ ତାଙ୍କୁ ମାଦ୍ରାସ ଫିଲ୍ମ ଇନଷ୍ଟିଚ୍ୟୁଟ୍ ନେଇଆସିଥିଲା। ଏଠାରେ ସେ ଅଭିନୟର ଶିଖିଥିଲେ ଏବଂ ଥିଏଟରରେ ତାଙ୍କର କଳା ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ। ଏହି ଶିକ୍ଷା ତାଙ୍କ ଅଭିନୟ କ୍ୟାରିୟରର ମୂଳଦୁଆ ପାଲଟିଥିଲା। ଫିଲ୍ମ ଇନଷ୍ଟିଚ୍ୟୁଟ୍ ରୁ ତାଲିମ ନେବା ପରେ, ସେ ଚଳଚ୍ଚିତ୍ରରେ ପ୍ରବେଶ କରିଥିଲେ । ବଡ଼ କଥା ହେଉଛି ଖୁବ୍ ଶୀଘ୍ର ସେ ଦକ୍ଷିଣ ସିନେମାର ସୁପରଷ୍ଟାର ପାଲଟି ଯାଇଥିଲେ