ମୁମ୍ଵାଇ ୨୮।୦୩; ଚେତକ ସ୍କ୍ରିନ୍ ଆୱାର୍ଡ ୨୦୨୬ ଏପ୍ରିଲ ୫ ତାରିଖରେ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ ଆମେ ଏହାର ପୁରୁଣା ଆୱାର୍ଡ ସମାରୋହର କିଛି ସ୍ମରଣୀୟ ମୁହୂର୍ତ୍ତ ଉପରେ ଏକ ନଜର ପକାଇବା , କିଛି ବିଶେଷ ହାଇଲାଇଟ୍ସ ସେୟାର କରିବା। ଏପରି ଏକ ସ୍ମରଣୀୟ ମୁହୂର୍ତ୍ତ ୨୦୧୬ ସ୍କ୍ରିନ୍ ଆୱାର୍ଡରେ ଘଟିଥିଲା। ଯେତେବେଳେ ଅମିତାଭ ବଚ୍ଚନ ପିକୁ ଚଳଚ୍ଚିତ୍ରରେ ତାଙ୍କର ଚମତ୍କାର ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଜିତିଥିଲେ। ହେଲେ ସେ ଏହି ସମ୍ମାନ ରଣବୀର ସିଂହଙ୍କ ସହିତ ସେୟାର କରିଥିଲେ । ଯିଏ ବାଜିରାଓ ମସ୍ତାନୀ ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ପାଇଁ ମଧ୍ୟ ଆୱାର୍ଡ ମିଳିଥିଲା ।

ଚଳଚ୍ଚିତ୍ର ନିର୍ମାତା ସୁଭାଷ ଘାଇ ଏବଂ ସୋନାଲି ବେନ୍ଦ୍ରେ ପୁରସ୍କାର ପ୍ରଦାନ କରିବାକୁ ମଞ୍ଚ ଉପରେ ଥିଲେ। ବିଜେତା ଘୋଷଣା କରିବା ସମୟରେ, ଘାଇ କହିଥିଲେ, "ବେଷ୍ଟ ଆକ୍ଟର ମେଲ ଆୱାର୍ଡ...ହେ ଭଗବାନ, ହେ ଭଗବାନ! ସେ ଜଣେ ଏମିତି ଏକ ଅଭିନେତା, ଯିଏ ଗତ ୪୦ ବର୍ଷ ଧରି ସର୍ବୋଚ୍ଚ ରାଜତ୍ୱ କରିଛନ୍ତି। ସବୁଠାରୁ ଶ୍ରେଷ୍ଠ ଅଭିନେତାମାନଙ୍କ ମଧ୍ୟରୁ ଜଣେ - ଅମିତାଭ ବଚ୍ଚନ। ଏବେ ଆହୁରି ଭଲ ଖବର ଆଉ ଜଣେ ଅଭିନେତା ଅଛନ୍ତି ଯିଏ ଆଗାମୀ ୪୦ ବର୍ଷ ପାଇଁ ରାଜତ୍ୱ କରିବାକୁ ପ୍ରସ୍ତୁତ। ତାଙ୍କ ନାଁ ହେଉଛି - ମୋର ପ୍ରିୟ - ରଣବୀର ସିଂହ।"

ଅମିତାଭ ବଚ୍ଚନ ମାଇକ୍ରୋଫୋନ୍ ଧରି କହିଲେ, "ମୁଁ ସ୍କ୍ରିନ୍ ଆୱାର୍ଡକୁ ଧନ୍ୟବାଦ ଦେବାକୁ ଚାହୁଁଛି, କିନ୍ତୁ ସବୁଠାରୁ ବଡ଼ ଖୁସି ହେଉଛି ରଣବୀର ମୋ ପାଖରେ ଠିଆ ହୋଇଛନ୍ତି। ଯଦି ତମେ ଆଜି ଏଠାରେ ଉପସ୍ଥିତ ନଥାନ୍ତ, ତାହାଲେ ବି ମୁଁ ଏହି ପୁରସ୍କାର ତୁମକୁ ସମର୍ମିତ କରିଥାଆନ୍ତି।" ସେ ଆହୁରି କହିଲେ, "ଧନ୍ୟବାଦ, ଶୁଜିତ୍-ଦା (ଶୁଜିତ୍ ସରକାର), ଯିଏ ମୋତେ ଏପରି ମନୋରଞ୍ଜନକାରୀ ଏବଂ ଚ୍ୟାଲେଞ୍ଜିଂ ଭୂମିକା ପ୍ରଦାନ କରିବା ପାଇଁ। ଏହି ଫିଲ୍ମର ମୁଖ୍ୟ - କେନ୍ଦ୍ରୀୟ ଚରିତ୍ର - ଦୀପିକା। ଲେଖିକା ମଧ୍ୟ ଜଣେ ମହିଳା, ଏବଂ କାହାଣୀ ନିଜେ ଜଣେ ମହିଳାଙ୍କ ଶକ୍ତି ଚାରିପାଖରେ ଘୂରି ବୁଲୁଛି। ମୁଁ ଦୃଢ଼ ଭାବରେ ବିଶ୍ୱାସ କରେ ଯେ ଏଠାରେ ଆମର ପ୍ରକୃତ ଶକ୍ତି ରହିଛି - ମହିଳାମାନେ ଆମ ସମାଜର ସମାନ ଏବଂ ଅବିଚ୍ଛେଦ୍ୟ ଅଂଶ, ଏବଂ ସେମାନେ ଆମର ସମାଜର ଦୃଢ଼ ଭିତ୍ତିଭୂମି ଭାବରେ କାର୍ଯ୍ୟ କରି ଚାଲିବେ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

ଏହା ପରେ, ହୋଷ୍ଟ, କପିଲ୍ ଶର୍ମା, ରଣବୀର ସିଂହଙ୍କୁ ପଚାରିଲେ, "ଆପଣ ଏହି ଐତିହାସିକ ଅବସରରେ କିଛି ଶବ୍ଦ କହିବାକୁ ଚାହାଁନ୍ତି କି? ବର୍ତ୍ତମାନ ଆପଣଙ୍କ ମନରେ କ'ଣ ଚାଲିଛି?" ରଣବୀର ସିଂହ କହିଥିଲେ, "ଏହା ହୁଏତ ମୋ ଜୀବନର ସବୁଠାରୁ ବିଶେଷ ସମ୍ମାନ, କାରଣ ମୁଁ ଏହାକୁ ସେହି ବ୍ୟକ୍ତିଙ୍କ ସହିତ ସେୟାର କରୁଛି ଯିଏ ମୋତେ ପ୍ରେରଣା ଦେଇଥିଲେ ଏବଂ ମୋ ଭିତରେ ଜଣେ ଅଭିନେତା ହେବାର ଇଚ୍ଛା ଆଗକୁ ବଡାଇଥିଲେ - ଆଇକନ୍, ସର୍ବଶ୍ରେଷ୍ଠ, କିମ୍ବଦନ୍ତୀ, ଅମିତାଭ ବଚ୍ଚନ। ମୁଁ ଆପଣଙ୍କୁ ବହୁତ ଭଲ ପାଏ, ସାର୍। ଧନ୍ୟବାଦ, ସାର୍ - ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।"

ସେ ଆହୁରି ମଧ୍ୟ କହିଛନ୍ତି, "ମୁଁ ଅନ୍ୟ କିଛି ଲୋକଙ୍କୁ ମଧ୍ୟ ଧନ୍ୟବାଦ ଦେବାକୁ ଚାହୁଁଛି... ମୋ ବାପା; ଏବଂ ଦର୍ଶକଙ୍କୁ, ଯେଉଁମାନେ ବାଜିରାଓ ମସ୍ତାନୀ ଉପରେ ଏତେ ପ୍ରେମ ବର୍ଷା କରିଥିଲେ ଏବଂ ଏହାକୁ ପ୍ରକୃତରେ ସ୍ୱତନ୍ତ୍ର କରିଥିଲେ। ଫିଲ୍ମ ପଛରେ ଥିବା ସମଗ୍ର ଟିମ୍ କୁ ଧନ୍ୟବାଦ। ଭଂସାଲି ସାର୍, ଆପଣ ମୋ ଉପରେ ବିଶ୍ୱାସ କରିଥିଲେ ଯେଉଁଥିପାଇଁ ମୁଁ ଆପଣଙ୍କର ବାଜିରାଓ ହୋଇପାରିଲି ଏବଂ ସେଥିପାଇଁ, ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି।" ରଣବୀର ଶେଷ କହିଥିଲେ, "ମୋର ଚମତ୍କାର ସହ-କଳାକାର ପ୍ରିୟଙ୍କା ଏବଂ ଦୀପିକାଙ୍କୁ ଧନ୍ୟବାଦ, ଯେଉଁମାନେ ମୋର ଅଭିନୟକୁ ଉଚ୍ଚ କରିଥିଲେ ଏବଂ ମୋ ଜୀବନକୁ ସୁନ୍ଦର କରିଥିଲେ।"

Also Read- Varanasi : ଆସନ୍ତାବର୍ଷ ରାମ ନବମୀରେ ରିଲିଜ ହେବ 'ବାରାଣସୀ', ଫିଲ୍ମର ଝଲକ ଦେଖାଇଲେ ଏସ୍ ଏସ୍ ରାଜମୌଲି