ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଡାକ୍ତରଖାନାରେ ଦେଖିବାକୁ ମିଳିଛି ଏକ ହୃଦୟବିଦାରକ ଘଟଣା। ଡାକ୍ତରଙ୍କ ଧର୍ମଘଟ ହେତୁ ୪ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ପାଟଣାଗଡ଼ ଏସଡିଏମଓ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ସୂଚନା ଅନୁସାରେ, ପାଟଣାଗଡ଼ ଗଡ଼ଭିତର ପଡ଼ାର ହିଟଲର ଥନାପତିଙ୍କ ୪ ବର୍ଷର ଶିଶୁପୁତ୍ର ହଠାତ ଅସୁସ୍ଥ ହୋଇପଡ଼ିଥିବାବେଳେ ତାଙ୍କୁ ପାଟଣାଗଡ଼ ମାତୃ ଓ ଶିଶୁ ଚିକିତ୍ସାଳୟକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ନଥିବାରୁ ଶିଶୁକୁ ଉପଖଣ୍ଡଚିକିତ୍ସାଳୟକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ। ଏମିତିରେ ପରିବାର ତରଫରୁ ଡାକ୍ତର ନଥିବାରୁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ପାଟଣାଗଡ଼ ଏସଡିଏମଓ ମଧ୍ୟ ଶିଶୁ ରିସିଭଡେଥ ହୋଇଥିବା ସୂଚନା ଦେଇଛନ୍ତି।

Also Read: ୧୦ ମାସର ଶିଶୁ ଗିଳି ଦେଲା କୋଲ୍ଡ ଡ୍ରିଙ୍କସ ବୋତଲ ଠିପି, ମୃତ୍ୟୁ ପରେ ବାହାର କଲା ମାଆ...