ଭୁବନେଶ୍ବର ୧୯।୧: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (AB-PMJAY) ଓ ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ (ABDM) ସମ୍ପର୍କରେ ଦୁଇ ଦିନିଆ ଚିନ୍ତନ ଶିବିର ଆୟୋଜିତ ହୋଇଛି । ଏହି ଶିବିରରେ ଯୋଜନାର କାର୍ଯ୍ୟାନ୍ୱୟନ, କାର୍ଡ ତିଆରି ପ୍ରକ୍ରିୟା ଓ ଡିଜିଟାଲ୍ ସୁବିଧା ନେଇ ଆଲୋଚନା କରାଯାଇଛି ।

ଶିବିରରେ ଯୋଗଦେଇ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ଆୟୁଷ୍ମାନ ଭାରତ କାର୍ଡ ସମ୍ପର୍କୀତ ସମସ୍ତ ସମସ୍ୟା ଖୁବଶୀଘ୍ର ସମାଧାନ ହେବ । ଆୟୁଷ୍ମାନ ଯୋଜନାକୁ ନେଇ ସମସ୍ତ ସମସ୍ୟାର ସମାଧାନ ଆସନ୍ତା ୩ ଦିନରେ ହେବ । ଯେଉଁ ଯୋଗ୍ୟ ଲାଭାର୍ଥୀ ମାନଙ୍କର ଏ ପର୍ଯ୍ୟନ୍ତ କାର୍ଡ ହୋଇନାହିଁ, ସେମାନେ ଡିଜିଟାଲ୍ ମାଧ୍ୟମରେ ନିଜ ତଥ୍ୟ ଦେଖିପାରିବେ ଓ ଆବେଦନର ସ୍ଥିତି ଜାଣିପାରିବେ ।

ଆଗାମୀ ଦିନରେ ଆୟୁଷ୍ମାନ ଭାରତ ସମ୍ପର୍କୀତ ସମସ୍ତ ଡାଟା ଓଡ଼ିଆ ଭାଷାରେ ଉପଲବ୍ଧ ହେବ, ଯାହା ଫଳରେ ସାଧାରଣ ଲୋକଙ୍କୁ ଯୋଜନା ବୁଝିବା ଓ ସୁବିଧା ନେବା ଅଧିକ ସହଜ ହେବ । ଏଥିପାଇଁ ୩ଟି MOU ସ୍ବାକ୍ଷରିତ ହୋଇଛି । ଏହି ପଦକ୍ଷେପ ଦ୍ୱାରା ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ ଓ ସହଜଗମ୍ୟ କରାଯିବ ବୋଲି ଆଶା କରାଯାଉଛି ।