News7 Logo

ସିନରଙ୍କୁ ହରାଇ ୟୁଏସ୍ ଓପନ୍ ଟାଇଟଲ ଜିତିଲେ ଅଲକାରେଜ୍, ବଜାୟ ରଖିଲେ ନମ୍ବର-୧ ରାଙ୍କ୍

NEWS7
us open

ନୂଆଦିଲ୍ଲୀ ୦୮/୦୯: ପୁଣି ବିଶ୍ୱବିଜେତା । ଟାଇଟଲ୍ ସହ ବଜାୟ ରହିଲା ୨ ନମ୍ୱର ରାଙ୍କ । ଜାନିକ୍ ସିନରଙ୍କୁ ହରାଇ କାର୍ଲୋସ୍ ଅଲକାରେଜ୍ ​​​​​​ଜିତିଲେ ୟୁଏସ୍ ଓପନ୍ ଟାଇଟଲ୍ । ଫାଇନାଲରେ ୬-୨,୩-୬, ୬-୪ରେ ପରାସ୍ତ କରିଛନ୍ତି । ଏହା କ୍ରମାଗତ ତୃତୀୟ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ ଥିଲା ଯେଉଁଥିରେ ଉଭୟ ଖେଳାଳି ଟାଇଟଲ୍ ମ୍ୟାଚ୍ ରେ ମୁହାଁମୁହିଁ ହୋଇଥିଲେ। ଏହି ବିଜୟ ସହିତ, ଅଲକାରେଜ୍ ​​​​​​​ଫ୍ଲସିଂ ମିଡୋଜ୍‌ରେ ତାଙ୍କର ଦ୍ୱିତୀୟ ଓ ସାମଗ୍ରିକ ଭାବରେ ଷଷ୍ଠ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତିଥିଲେ।

Carlos Alcaraz praises rival Jannik Sinner in classy speech after winning  US Open: 'More than my family' | Hindustan Times​​​​​​​
ସୂଚନା ଥାଉକି, ଫାଇନାଲ୍ ମ୍ୟାଚ୍‌ରେ ଉପସ୍ଥିତ ଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆର୍ଥର ଆସେ ଷ୍ଟାଡିୟମ୍‌ରେ ପ୍ରାୟୋଜକଙ୍କ ସୁଟ୍‌ରେ ଉପସ୍ଥିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦର୍ଶକଙ୍କଠାରୁ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା। କେତେକ ତାଙ୍କୁ ତାଳି ମାରି ଚି୍ର ଅପ୍ କରିଥିଲେ । ସୁରକ୍ଷା ଯାଞ୍ଚ ପାଇଁ ହଜାର ହଜାର ଦର୍ଶକ ଲମ୍ବା ଧାଡ଼ିରେ ଫସି ରହିଥିବାରୁ ମ୍ୟାଚ୍‌ ଆରମ୍ଭ ମଧ୍ୟ ପ୍ରାୟ ଅଧ ଘଣ୍ଟା ବିଳମ୍ବ ହୋଇଥିଲା। ଆମେରିକା ରାଷ୍ଟ୍ରପତିଙ୍କ ଉପସ୍ଥିତି ଯୋଗୁଁ ସୁରକ୍ଷା ଅତ୍ୟନ୍ତ କଡ଼ାକଡ଼ି ଥିଲା।