ଲକ୍ଷ୍ନୌ : ବହୁଜନ ସମାଜ ପାର୍ଟି (ବସପା)ରୁ ବହିଷ୍କାର ପରେ ଆକାଶ ଆନନ୍ଦ ମାୟାବତୀଙ୍କୁ ଏକ ପତ୍ର ଲେଖିଛନ୍ତି। ସେ ଏକ୍ସ ରେ ମଧ୍ୟ ଏକ ପୋଷ୍ଟ କରିଛନ୍ତି, ଏଥିରେ ସେ ଲେଖିଛନ୍ତି ‘ମୁଁ ଆପଣଙ୍କୁ କ୍ଷମା ମାଗୁଛି’। ଏହା ସହିତ ତାଙ୍କ ସମ୍ପର୍କରେ ଚାଲିଥିବା ଅଙ୍କକଷାରେ ବିରାମ ଲଗାଇ କହିଛନ୍ତି ଯେ ମୁଁ କୌଣସି ପାର୍ଟିକୁ ଯାଉ ନାହିଁ। ମୁଁ ସର୍ବଦା ବସପା ସହିତ ହିଁ ରହିବି। ଆକାଶ ମାୟାବତୀଙ୍କୁ ତାଙ୍କର ରାଜନୈତିକ ଗୁରୁ, ପ୍ରେରଣାର ଉତ୍ସା ଓ ପିଉସୀ ମା ବୋଲି ଉଲ୍ଲେଖ କରିଛନ୍ତି।

ଆକାଶ ଲେଖିଛନ୍ତି ଯେ ଗତ କିଛି ଦିନ ହେଲା ମିଡିଆ ଓ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଖବର ଓ ଗୁଜବ ରଟାଯାଉଛି। ଏହା ଉପରେ ସେ କହିଛନ୍ତି ଯେ ମୁଁ ଅନ୍ୟ କୌଣସି ରାଜନୈତିକ ଦଳକୁ ଯାଉ ନାହିଁ, ନା ଆଜି ନା କେବେ। ସେ ଲେଖିଛନ୍ତି ଯେ ବିଏସପି ମୋ ଲାଗି କେବଳ ଏକ ପାର୍ଟି ନୁହେଁ ମୋ ପରିବାର। ଆକାଶ ତାଙ୍କ ଶ୍ୱଶୂର ଅଶୋକ ସିଦ୍ଧାର୍ଥଙ୍କୁ ପାର୍ଟିରୁ ବାହାର କରାଯିବା ଓ ତାଙ୍କର ରାଜନୈତିକ ସନ୍ୟାସ ରେ ମାୟାବତୀଙ୍କ ନିଷ୍ପତ୍ତିକୁ ଉଚିତ ଓ ଏହାକୁ ସମର୍ଥନ କରୁଛି ବୋଲି କହିଛନ୍ତି।

ଆକାଶ ଲେଖିଛନ୍ତି ‘ସମ୍ପର୍କ ନିଜ ସ୍ଥାନରେ ରହେ ଓ ମିସନ ସବୁଠୁ ବଡ଼’। ବ୍ୟକ୍ତିଗତ ଓ ପାରିବାରିକ ସ୍ୱାର୍ଥରୁ ଉପରେ ପାର୍ଟି ଓ ଆନ୍ଦୋଳନର ସ୍ୱାର୍ଥ ରକ୍ଷା କରିବା ହି ତାଙ୍କ ଦାୟିତ୍ୱ ହେବ। ଆକାଶ ମାୟାବତୀଙ୍କୁ କହିଛନ୍ତି ଯେ ମୁଁ ଆପଣଙ୍କ ନେତୃତ୍ୱରେ ପୁଣି ଥରେ ପାର୍ଟି ଓ ମିସନର ସେବା ଅବସର ଚାହୁଁଛି। ବିଶ୍ୱାସ ଶବ୍ଦରେ ନୁହେଁ କାମରେ ଦେଖା ଯାଏ ଓ ମୁଁ ଏହାକୁ ମୋର ଆଚରଣ ଓ ପରିଶ୍ରମରେ ସାବ୍ୟସ୍ତ କରିବି। ‘ବାବା ସାହେବଙ୍କ ମିସନ ମାନ୍ୟବର ସାହେବଙ୍କ ରାସ୍ତା ଓ ଆପଣଙ୍କ ନେତୃତ୍ୱ ଏହା ହିଁ ମୋର ରାଜନୀତି’ ବୋଲି ଆକାଶ ୧ ଅକ୍ଟୋବରରେ ଲେଖିଥିବା ଟ୍ୱିଟ୍ ରେ କହିଛନ୍ତି।