LIVE TV

India-Pak ମ୍ୟାଚ୍ କୁ ନେଇ ଆସିଲା ଆଜମେର ଦର୍ଘା ଉତ୍ତରାଧିକାରୀଙ୍କ ବୟାନ, ଜାଣନ୍ତୁ କହିଲେ କ’ଣ?

NEWS7
Nasruddin Chisti

ଆଜମେର ୩୦।୯: ଭାରତ-ପାକିସ୍ତାନ ଏସିୟା କପ୍ ଫାଇନାଲକୁ ନେଇ ଉପୁଜିଥିବା ବିବାଦରେ ଖ୍ୱାଜା ମୋଇନୁଦ୍ଦିନ ଚିସ୍ତି ଦରଘାର ଉତ୍ତରାଧିକାରୀ ସୈୟେଦ ନସରୁଦ୍ଦିନ ଚିସ୍ତି ମଙ୍ଗଳବାର ବଡ଼ ବୟାନ ଦେଇଛନ୍ତି। ଭାରତୀୟ ଟିମ୍ ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷଙ୍କ ସହ ହାତ ନ ମିଳାଇବା ଓ ଏସିୟା କପ୍ ଫି ଭାରତୀୟ ସେନାକୁ ସମର୍ପିତ କରିବା ନିଷ୍ପତ୍ତିକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି। ସୈୟଦ ନସରୁଦ୍ଦିନ ଚିସ୍ତି କହିଛନ୍ତି ଯେ ‘ଏମେ ସେପରି ଲୋକଙ୍କ ସହିତ ହାତ ମିଳାଇ ପାରିବୁନି ଯେଉଁମାନଙ୍କ ହାତ ନିର୍ଦ୍ଦୋଷ ଭାରତୀୟଙ୍କ ରକ୍ତରେ ଓଦା ହୋଇଛି’।

ସେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଭାରତୀୟଙ୍କୁ ମନେ ପକାଇ କହିଛନ୍ତି ଯେ ଭାରତର ଯନ୍ତ୍ରଣା ଓ ଶହିଦଙ୍କ ବଳିଦାନ ସବୁବେଳେ ଆମକୁ ମନେପଡିବ। ଚିସ୍ତି କହିଛନ୍ତି ଯେ ନିଷ୍ପତ୍ତି କେବଳ ଖେଳରେ ଜିତିବା ନୁହେଁ ବରଂ ଦେଶର ଗାରିମା ଓ ସମ୍ମାନର ପ୍ରତୀକ। ତାଙ୍କର ଏପରି ବୟାନ କ୍ରିକେଟ ଓ ଜାତୀୟ ଭାବନା ମଧ୍ୟରେ ଗଭୀର ତାଳମେଳର ଉଦାହରଣ ପାଲଟିଛି। ଭାରତୀୟ କ୍ରିକେଟ ଟିମ୍ କ୍ୟାପ୍ଟେନ ସୂର୍ଯ୍ୟକୁମାର ଯାଦବ ଏସିୟା କପରୁ ମିଳିଥିବା ଫିକୁ ଭାରତୀୟ ସେନାକୁ ସମର୍ପିତ କରିବାକୁ ଘୋଷଣା କରିଥିଲେ। ଆଜମେର ଦରଘାର ଉତ୍ତରାଧିକାରୀ ଏହାକୁ ‘ଦେଶ ପ୍ରତି ସମ୍ମାନ ଓ ସାମାଜିକ ଦାୟିତ୍ୱର ଉଲ୍ଲେଖନୀୟ ଉଦାହରଣ’ ବୋଲି କହିଛନ୍ତି।

ଚିସ୍ତି କହିଛନ୍ତି ଯେ ଏହି ପଦକ୍ଷେପ ନା କେବଳ ସୈନିକଙ୍କ ପ୍ରତି କୃତଜ୍ଞତାକୁ ଦର୍ଶାଉଛି ବରଂ ଯୁବବର୍ଗଙ୍କୁ ଦେଶଭକ୍ତି ଓ ଏକତାର ବାର୍ତ୍ତା ମଧ୍ୟ ଦେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଟିମ୍ ର ବିଜୟରେ ଶୁଭେଚ୍ଛା ଜଣାଇଛନ୍ତି। ଏହା ଉପରେ ଚିସ୍ତି କହିଛନ୍ତି ଯେ ‘ଏହି ବାର୍ତ୍ତା କେବଳ ଭାରତ ପାଇଁ ନୁହେଁ, ବରଂ ପୁରା ବିଶ୍ୱ ନିମନ୍ତେ। ଭାରତ ପ୍ରତ୍ୟେକ ମଞ୍ଚରେ ଶାନ୍ତି, ସମ୍ମାନ ଓ ଗାରିମାର ପ୍ରତୀକ’। ସେ କହିଛନ୍ତି ଯେ ସବୁ ଭାରତୀୟଙ୍କ କର୍ତ୍ତବ୍ୟ ହେଉଛି ଦେଶର ସମ୍ମାନକୁ ସର୍ବୋପରି ରଖନ୍ତୁ।

ସୈୟଦ ନସିରୁଦ୍ଦିନ ଚିସ୍ତି ଏହା ମଧ୍ୟ କହିଛନ୍ତି ଯେ ଖେଳ କେବଳ ଖେଳ ନୁହେଁ, ମୈଦାନରେ ନିଆଯାଇଥିବା ନିଷ୍ପତ୍ତି ଓ ସେନାକୁ ସମର୍ପିତ ପୁରସ୍କାର ଏହା ଦର୍ଶାଉଛି ଯେ ଭାରତ ପ୍ରତ୍ୟେକ ଅବସରରେ ନିଜର ସମ୍ମାନ ଓ ଗୌରବକୁ ବଜାୟ ରଖୁଛି। ସେ କହିଛନ୍ତି ଯେ ଏହା ସବୁ ଭାରତୀୟଙ୍କ କର୍ତ୍ତବ୍ୟ ହେବା ଉଚିତ ଯେ ସେ ନିଜ ଦେଶର ଗୌରବ ଓ ଶହିଦଙ୍କ ବଳିଦାନକୁ ସର୍ବଦା ମନେ ରଖନ୍ତୁ।