ହାଇଦ୍ରାବାଦ: ଏକ ଘରୋଇ ଏୟାରଲାଇନର ମହିଳା ଚାଳକଦଳ ସଦସ୍ୟ(କ୍ରୁ)ଜୁଲାଇ ୨୦ ତାରିଖ ଦିନ ବିମାନ ବନ୍ଦର ଯିବା ରାସ୍ତାରେ କ୍ୟାବ ଡ୍ରାଇଭର (ଟ୍ୟାକ୍ସି ଚାଳକ)ଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ଆରଜିଆଇ ଆଉଟପୋଷ୍ଟ ପୋଲିସ କ୍ୟାବ୍ ଡ୍ରାଇଭରକୁ ଗିରଫ କରି ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛି। ପୋଲିସ ଅନୁସାରେ ବିମାନ ବନ୍ଦର ନିକଟରେ ଏକ ନିର୍ମାଣାଧୀନ ସ୍କୁଲ ନିକଟସ୍ଥ ନିଛାଟିଆ ସ୍ଥାନରେ ଘଟିଛି। ଅଭିଯୁକ୍ତ ଶୌଚ ବାହାନା କରି ସେହି ନିଛାଟିଆ ସ୍ଥାନକୁ ନେଇଯାଇଥିଲା।

କଥିତ ଦୁଷ୍କର୍ମ ପରେ ଅଭିଯୁକ୍ତ ପୀଡ଼ିତାଙ୍କୁ ଘଟଣାସ୍ଥଳରେ ଛାଡି କ୍ୟାବ୍ ନେଇ ପଳାଇଥିଲା। ପୀଡ଼ିତା ପୋଲିସ ସହ ସମ୍ପର୍କ କରିଥିଲେ ଓ ତାଙ୍କୁ ପରାମର୍ଶ ନିମନ୍ତେ ‘ଭରସା କେନ୍ଦ୍ର’କୁ ପଠାଯାଇଥିଲା। ତାଙ୍କ ବୟାନ ଆଧାରରେ ଏକ ଦୁଷ୍କର୍ମ ମାମଲା ରୁଜୁ କରାଯାଇ ତାଙ୍କୁ ଡାକ୍ତରୀମାଇନା କରାଯାଇଛି। ପୀଡ଼ିତାଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ଆଧାରରେ ଆରଜିଆଇ ଏୟାରପୋର୍ଟ ଆଉଟପୋଷ୍ଟ ପୋଲିସ ସମସାବାଦ ସିଦ୍ଧାନ୍ତି ଅଞ୍ଚଳରୁ ୨୩ ବର୍ଷ ବୟଷ୍କ ଅଭିଯୁକ୍ତ କୁ ଗିରଫ କରିଛି। ତାକୁ କୋର୍ଟରେ ହାଜର କରାଯିବା ପରେ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।