ଭୁବନେଶ୍ୱର ୨୧।୦୭ : କଏଦୀଙ୍କୁ ଜଗିବ AI କ୍ୟାମେରା । ସବୁ ଜେଲ ଭିତରେ ଏବଂ ପରିସରରେ କଏଦୀଙ୍କୁ ଜଗିବ AI କ୍ୟାମେରା । ବର୍ତ୍ତମାନ ୨୦ଟି ଜେଲରେ ଲାଗିଛି AI କ୍ୟାମେରା । AI କ୍ୟାମେରା ଲାଗିବା ପରେ ଅକ୍ଟୋବର ମାସରୁ ଆଉ ଜେଲରୁ ଖସି ପାରୁନାହାନ୍ତି କଏଦୀ । ଜେଲ ପାଚେରୀ ପାଖକୁ ଗଲେ ବାଜୁଛି ଆଲାରମ ବୋଲି ସୂଚନା ଦେଇଛନ୍ତି ଜେଲ ଡିଜି ସୁଶାନ୍ତ ନାଥ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜେଲ ଭିତରେ ମଧ୍ୟ ଗଣ୍ଡଗୋଳ ରୋକିବାକୁ ଲାଗିବ AI କ୍ୟାମେରା । ଗୋଟିଏ ସ୍ଥାନରେ ଏକାଧିକ ଲୋକ ଏକାଠି ହେଲେ ମିଳିବ ଆଲର୍ଟ । ରାଜ୍ୟର ୭ ସର୍କଲ ଜେଲରେ ଆରମ୍ଭ ହେବ ମୁକ୍ତାକାଶ ଜେଲ । ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କୁ ଅଧ୍ୟକ୍ଷତାରେ ବସିଥିବା ଚତୁର୍ଥ ପ୍ରିଜନ ଡେଭେଲପମେଣ୍ଟ ବୋର୍ଡ ବୈଠକରେ ନିଷ୍ପତ୍ତି ହୋଇଛି । ବସିଥିବା ଏହି ବୈଠକରେ କଏଦୀ ଫେରାର ଉପରେ ଦିଆଯାଇଥିଲା ଗୁରୁତ୍ୱ । ଫେରାର କଏଦୀଙ୍କୁ ଧରିବାକୁ ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଛି ।

Watch Video:-

 

ସେହିପରି କଏଦୀଙ୍କୁ ଜଗିବାକୁ ୨୦ଟି ଜେଲ ପରିସରରେ AI ବେସଡ଼ କ୍ୟାମେରା ଲାଗିଛି । ଆଗକୁ ଅନ୍ୟ ସବୁ ଜେଲରେ କ୍ୟାମେରା ଲାଗିବ । AI କ୍ୟାମେରା ଲାଗିବା ପରେ କଏଦୀ ଜେଲ ପାଚେରୀ ପଖକୁ ଗଲେ ଆଳରାମ ବାଜୁଛି । ଯାହା ଫଳରେ ଅକ୍ଟୋବରରୁ କଏଦୀ ଫେରାର ହେବା ନଜରକୁ ଆସିନି । ଜେଲ ଭିତରେ ମଧ୍ୟ AI କ୍ୟାମେରା ଲାଗିବ। ଗ୍ରୁପ ଲୋକ ଏକାଠି ହେଲେ ଆଲାରାମ ବାଜିବ। ଏଥିପାଇଁ ରାଜ୍ୟ ସରକାର ଅଧିକ ଅର୍ଥ ଦେବା ନେଇ ବୈଠକରେ ଆଲୋଚନା ହୋଇଛି । ଜେଲ ଭିତ୍ତିଭୂମି ବିକାଶ ସହ ୭ଟି ସର୍କଲ ଜେଲରେ ମୁକ୍ତାକାଶ ଜେଲ ଖୋଲାଯିବ।

ସେହିପରି ଚୌଦ୍ୱାର, ବାଲେଶ୍ବର, ସମ୍ବଲପୁର, ବ୍ରହ୍ମପୁର, ବାରିପଦା, କୋରାପୁଟ ଏବଂ ଫୁଲବାଣୀରେ ସର୍କଲ ଜେଲ ଖୋଲିବ । ଏହା କଏଦୀମାନଙ୍କୁ ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ସେବା ନେଇ ମଧ୍ୟ ଆଲୋଚନା ହୋଇଥିଲା । ଜେଲ ବିଭାଗ ୧୧୮ ଜଣ ଯୋଗ ଟ୍ରେନର, ୬୧ ଜଣ ମେଣ୍ଟାଲ ହେଲ୍ଥ କାଉନସିଲର ଏବଂ ୧୬୩୬ ଜଣଙ୍କ ଦକ୍ଷତା ବିକାଶ ତାଲିମ ସହ ୬୯ଟି କ୍ଷୁଦ୍ର ଉଦ୍ୟୋଗ ସାହାଯ୍ୟରେ କଏଦୀମାନଙ୍କୁ ନିଯୁକ୍ତ କରାଯାଇଛି । ମୁଖ୍ୟ ଶାସନ ସଚିବଙ୍କୁ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଜେଲ ଡିଜିଙ୍କୁ ସହ ୯ଟି ବିଭାଗର ସଚିବ ଉପସ୍ଥିତ ରହିଥିଲେ । ସୋହେଲା, କାଶୀପୁର, ଲକ୍ଷ୍ମୀପୁର ଭଳି ସ୍ଥାନରେ ବ୍ୟବହୃତ ହେଉନଥିବା ଜେଲ ବିଲଡିଂ ଦକ୍ଷତା ବିକାଶ କେନ୍ଦ୍ରକୁ ଦିଆଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି ।