ନୂଆଦିଲ୍ଲୀ: ମଲକ୍କା ପ୍ରଣାଳୀରେ ସୃଷ୍ଟ ବାତ୍ୟା 'ସେନୟାର' ଭାରତୀୟ ଉପକୂଳରୁ ଦୂରେଇ ଯାଇଥିବାବେଳେ, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ବାତ୍ୟାରେ ପରିଣତ ହୋଇଛି। ଏହା ନଭେମ୍ବର ୩୦ ସୁଦ୍ଧା ତାମିଲନାଡୁ, ପୁଡୁଚେରୀ ଏବଂ ସଂଲଗ୍ନ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବା ନେଇ ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)।

ଗୁରୁବାର ଆଇଏମଡି ଦେଇଥିବା ସୂଚନା ଅନୁସାରେ, ବାତ୍ୟା ‘ସେନୟାର’ ନିକୋବର ଦ୍ୱୀପପୁଞ୍ଜର ଉତ୍ତରତମ ଦ୍ୱୀପ ଏବଂ କାର୍ ନିକୋବରରୁ ୮୫୦ କିଲୋମିଟର ଦକ୍ଷିଣ-ପୂର୍ବରେ ଅବସ୍ଥିତ ଏବଂ ସନ୍ଧ୍ୟା ସୁଦ୍ଧା ଏହା ଦୁର୍ବଳ ହୋଇ ଡିପ୍ରେସନରେ ପରିଣତ ହେବାର ଆଶା କରାଯାଉଛି। ସେହିଭଳି, ଅନ୍ୟ ଏକ ପାଣିପାଗ ପ୍ରଣାଳୀ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ଦକ୍ଷିଣ-ପୂର୍ବ ଶ୍ରୀଲଙ୍କା ଏବଂ ବିଷୁବରାଷ୍ଟ୍ରୀୟ ଭାରତ ମହାସାଗରର ସଂଲଗ୍ନ ଅଞ୍ଚଳ ଉପରେ ସମାନ୍ତରାଳ ଭାବରେ ସୃଷ୍ଟି ହୋଇଥିବା IMD କହିଛି।

ଆଇଏମଡିର ରିପୋର୍ଟ ଅନୁସାରେ ଏହି ନୂଆ ବାତ୍ୟାର ନାଁ ‘ଡିଟଓ୍ବା’। ଏହା ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଛି ଏବଂ ଏହା ପୋଟୁଭିଲ ନିକଟରେ ଅବସ୍ଥିତ ଏବଂ ତାମିଲନାଡୁର ଚେନ୍ନାଇରୁ ୭୦୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ରହିଛି। ଏହି ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ (NNW) ଆଡ଼କୁ ଗତି କରିବ ଏବଂ ନଭେମ୍ବର ୩୦ ସକାଳ ସୁଦ୍ଧା ଉତ୍ତର ତାମିଲନାଡୁ-ପୁଡୁଚେରୀ-ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ପହଞ୍ଚିବ। ‘ଡିଟଓ୍ବା’ ନାଁ ୟେମେନ ପକ୍ଷରୁ ଦିଆଯାଇଛି।

'ବିରଳ' ଘୂର୍ଣ୍ଣିଝଡ଼ ସେନୟାର

ମାଲେସିଆର ନ୍ୟୁଜ୍ ପୋର୍ଟାଲ୍ NST ଅନୁଯାୟୀ, ବାତ୍ୟା ‘ସେନୟାର’ ଭାରତୀୟ କ୍ଷେତ୍ରରୁ ଦୂରକୁ ଚାଲିଯାଇଛି ଏବଂ ମାଲେସିଆ ଆଡକୁ ମୁହାଁଇଛି। ଏବେ ଏହା ସୁମାତ୍ରା ନିକଟରେ ଥିବା ମେଟମାଲେସିଆର ନିର୍ଦ୍ଦେଶକ-ଜେନରାଲ ମହମ୍ମଦ ହିଶାମ ମହମ୍ମଦ ଅନିପ ସୂଚନା ଦେଇଛନ୍ତି। ତେବେ ପାଣିପାଗ ବିଶେଷଜ୍ଞ ସେନୟାରକୁ 'ବିରଳ' ବୋଲି କହିଛନ୍ତି। କାରଣ ମଲାକା ପ୍ରଣାଳୀରେ ଘୂର୍ଣ୍ଣିଝଡ଼ ସୃଷ୍ଟି ହେବା ପ୍ରଥମ ଥର।

ମହମ୍ମଦ ହିଶାମ ମହମ୍ମଦ ଅନିପ "ଶେଷ ଥର ପାଇଁ ଏକ ଉଷ୍ଣକଟିବନ୍ଧୀୟ ଡିପ୍ରେସନ ୨୦୧୭ରେ ଘଟିଥିଲା ଏବଂ ପେନାଙ୍ଗକୁ ପ୍ରଭାବିତ କରିଥିଲା। କିନ୍ତୁ ଏକ ସିଷ୍ଟମ ବାତ୍ୟାରେ ପହଞ୍ଚିବା ପ୍ରଥମ।" ବର୍ତ୍ତମାନ ଏହା ୯କିଲୋମିଟର ଘଣ୍ଟାପ୍ରତି ବେଗରେ ଗତି କରୁଥିବାବେଳେ ସର୍ବାଧିକ ୮୩ କିଲୋମିଟର ବେଗରେ ପବନ ସହ ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ ଗତି କରୁଛି। ସେହିଭଳି ମାଲେସିଆର ପେନାଙ୍ଗ ଜର୍ଜ ଟାଉନରୁ ପ୍ରାୟ ୨୮୪ କିଲୋମିଟର ଦକ୍ଷିଣ-ପଶ୍ଚିମରେ ରହିଛି।"

ଏମିତିରେ ମାଲେସିଆର ଅନେକ ଉତ୍ତର ରାଜ୍ୟଗୁଡ଼ିକରେ ପ୍ରବଳ ବର୍ଷା, ପ୍ରବଳ ପବନ ଏବଂ ସମୁଦ୍ର ଅଶାନ୍ତ ରହିବା ନେଇ ଚେତାବନୀ ଜାରି କରାଯାଇଛି।