Abhishek Banerjee responds to Pakistan: ନିକଟରେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଅସିଫ୍ ଭାରତକୁ ଧମକ ଦେଇ କହିଥିଲେ,ଆମେ ଚାହିଁଲେ ଭାରତର ପୂର୍ବ ସୀମା ଅର୍ଥାତ୍ କୋଲକାତା ପର୍ଯ୍ୟନ୍ତ ଆଟାକ୍ କରିପାରିବୁ।ସୋମବାର ଏହାର କଡ଼ା ଜବାବ ଦେଇଛନ୍ତି ତୃଣମୂଳ କଂଗ୍ରେସ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ। ଅଭିଷେକ କହିଛନ୍ତି ଯେ ଯେଉଁଦିନ ମମତା ବାନାର୍ଜୀ ଓ ଇଣ୍ଡିଆ ମେଣ୍ଟ ସରକାର କ୍ଷମତାକୁ ଆସିଯିବ, ସେଦିନ ଆମେ ପାକିସ୍ତାନ ଘରେ ପଶି ତାଙ୍କୁ ହତ୍ୟା କରିବୁ।

ଅଭିଷେକଙ୍କର ଏହି ଟିପ୍ପଣୀରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। କାରଣ ଏଥିରେ ଅଭିଷେକ କେନ୍ଦ୍ରର ମୋଦୀ ସରକାରଙ୍କୁ ପରୋକ୍ଷରେ ଦୁର୍ବଳ ବୋଲି ଦର୍ଶାଇଛନ୍ତି। ସିଲିଗୁଡ଼ିରେ ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରି ପାକିସ୍ତାନକୁ ଏଭଳି ଟାର୍ଗେଟ୍ କରିଥିଲେ ଅଭିଷେକ। ସେ କହିଛନ୍ତି ଦୁଇ ଦିନ ପୂର୍ବେ ଖ୍ୱାଜା ଆସିଫ୍ କହିଲେ ଯେ ସେମାନେ କୋଲକାତାକୁ ବିସ୍ଫୋରଣ କରି ଉଡ଼ାଇ ଦେବେ। ଆମ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଏକଥା ଶୁଣି ଚୁପ୍ ରହିଥିଲେ। ହେଲେ ମୁଁ ମୋ ତାଲିକାରେ ଖ୍ୱାଜା ଆସିଫ୍‌ଙ୍କ ନାଁ ଲେଖି ଦେଲି। ଯେଉଁ ଦିନ ମମତା ବାନାର୍ଜୀ ଏବଂ ଭାରତ ମେଣ୍ଟ ସରକାର ଗଠନ କରିବେଆମେ ସେମାନଙ୍କ ଘରେ ପଶି ସେମାନଙ୍କୁ ହତ୍ୟା କରିବୁ।

Also Read- Iran War: ଗୋଟିଏ ରାତିରେ ଇରାନକୁ ଶେଷ କରିପାରିବୁ, ପୁଣି ଧମକ ଦେଲେ ଟ୍ରମ୍ପ

ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ବାନାର୍ଜୀ ଆହୁରି କହିଛନ୍ତି ଖ୍ୱାଜା ଆସିଫ ପାକିସ୍ତାନରେ ବସି କୋଲକାତା ଉପରେ ଆକ୍ରମଣ କରିବାକୁ ଧମକ ଦେଉଥିବା ବେଳେ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁଚ୍ ବିହାରରେ ନିର୍ବାଚନର ପ୍ରଚାରରେ ବ୍ୟସ୍ତ ଅଛନ୍ତି ଏବଂ ଲୋକମାନଙ୍କୁ ଟିଏମସିକୁ ହଟାଇବା ପାଇଁ କହୁଛନ୍ତି।” କେବଳ ପ୍ରଧାନମନ୍ତ୍ରୀ ନୁହଁନ୍ତି, ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ମଧ୍ୟ ତାଙ୍କ ରାଲିରେ ସମାଲୋଚନା କରିଛନ୍ତି ଟିଏମ୍ସି ନେତା। ଅଭିଷେକ କହିଛନ୍ତିଅମିତ ଶାହ ଏବଂ ରାଜନାଥ ସିଂହ ବି ନିରବ ରହିଲେ। ଶାହ ଆମକୁ ପ୍ରତିଦିନ ବାଂଲାଦେଶୀ ଏବଂ ପାକିସ୍ତାନୀ ବୋଲିକୁହନ୍ତି,କିନ୍ତୁ ଯେତେବେଳେ ପାକିସ୍ତାନ କୋଲକାତାକୁ ଧମକଦିଏ,ସେତେବେଳେ ସେନିରବ ଦର୍ଶକ ହୋଇଯାଆନ୍ତି

କୋଲକାତାକୁ ପାକିସ୍ତାନର ଧମକ

ସିଆଲକୋଟରେ ସାମ୍ବାଦିକଙ୍କ ସହ ଆଲୋଚନା କଲା ବେଳେ ପାକିସ୍ତାନ ପ୍ରତିରକ୍ଷାମନ୍ତ୍ରୀ ଖ୍ୱାଜା ଆସିଫ ଭାରତକୁ ଚେତାବନୀ ଦେଇଥିଲେ। ସେ କହିଥିଲେ ଯେ ଭବିଷ୍ୟତରେ ଭାରତ ଯେକୌଣସି ଦୁଃସାହସିକ ଉଦ୍ୟମ କରିବ, କୋଲକାତା ଉପରେ ଆକ୍ରମଣ କରି ଏହାର ଜବାବ ଦିଆଯିବ। ଯଦି ଭାରତ ଏକ ଫେକ୍ ଫ୍ଲାଗ ଅପରେସନ୍ ପାଇଁ ଚେଷ୍ଟା କରେ, ତେବେ ପାକିସ୍ତାନ ଭାରତର ପୂର୍ବ ମହାନଗର କୋଲକାତା ଉପରେ ଆକ୍ରମଣ କରିବ।

ଏଥିସହିତ ଭାରତ ପାକିସ୍ତାନ ବିରୁଦ୍ଧରେ ମିଥ୍ୟ ଅପରେସନ ଚଳାଉଛି ବୋଲି ଖ୍ୱାଜା ଆସିଫ ଅଭିଯୋଗ କରିଥିଲେ। ଏପରି ଘଟଣାରେ ଭାରତ ନିଜ କର୍ମଚାରୀ କିମ୍ବା ପାକିସ୍ତାନୀ ବନ୍ଦୀମାନଙ୍କୁ ବ୍ୟବହାର କରିପାରି। ତେବେ ଏହି ଅଭିଯୋଗରେ ସେ କୌଣସି ପ୍ରମାଣ ଦେଇ ପାରି ନଥିଲେ। ତେବେ ଭାରତକୁ ଧମକ ଦେଇଥିଲେ କହିଥିଲେ ଯେ ଯଦି କୌଣସି ଯୁଦ୍ଧ ହେଲା, ତେବେ ଏଥର ସୀମା ପାର ଲଢ଼େଇ ହେବ। ଆମେ ଭାରତ ସୀମାରେ ପଶି ତାଙ୍କ ଘରେ ଆଟାକ୍ କରିବୁ ବୋଲି ଖ୍ୱାଜା ଅସିଫ କହିଥିଲେ। ଭାରତର ପୂର୍ବଘାଟ ସୀମା କୋଲକାତା ପର୍ଯ୍ୟନ୍ତ ଆମେ ଆଟାକ କରିପାରିବୁ ବୋଲି ପାକିସ୍ତାନ କହିଥିଲା।