ପଟ୍ଟାମୁଣ୍ଡାଇ ୭।୭: ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ । କେନ୍ଦ୍ରାପଡା ଆଳି ଥାନା ପତ୍ରପୁର ପୋଲ ନିକଟରେ ୧୫ ଫୁଟ ଲମ୍ବର ବଉଳା କୁମ୍ଭୀର ବୁଲୁଥିବା ଦେଖିବାକୁ ମିଳିଛି l ଯାହାକୁ ନେଇ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି l

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ପତ୍ରପୁର ପୋଲ ନିକଟରେ ପତ୍ରପୁର ଗ୍ରାମ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀ ୧୫ ଫୁଟ ଲମ୍ବର ବଉଳା କୁମ୍ଭୀର ବୁଲୁଥିବାର ଦେଖିବାକୁ ମିଳିଛି l ଏତେ ବଡ଼ କୁମ୍ଭୀରକୁ ଦେଖି ସ୍ଥାନୀୟ ଅଞ୍ଚଳବାସୀ ଛାନିଆ ହୋଇପଡ଼ିଛନ୍ତି । ବ୍ରାହ୍ମଣୀ ନଦୀରେ କୁମ୍ଭୀର ଦେଖାଯିବା ଘଟଣା ପ୍ରଥମ ନୁହେଁ । କିନ୍ତୁ କୁମ୍ଭୀରଟିକୁ ଦେଖିବା ପରେ ଅଞ୍ଚଳବାସୀଙ୍କ ମନରେ ଭୟ ସୃଷ୍ଟି ହୋଇଛି ।

Also Read:- ବାଘକୁ ମାରି ଟାଙ୍ଗିଦେଲେ ! ନିମ୍ବ ଗଛରେ ଝୁଲୁଛି କଲରା ପତରିଆର ମୃତଦେହ

ନଦୀକୂଳିଆ ବାସିନ୍ଦାଙ୍କ କହିବା ଅନୁଯାୟୀ, ଯେଉଁ ସମୟରେ କୁମ୍ଭୀର ଚଳପ୍ରଚଳ କରୁଥିବା ଦେଖାଯାଇଥାଏ ସେହି ସମୟରେ କୁମ୍ଭୀର ଆକ୍ରମଣରେ ଧନଜୀବନ ହାନି ହେବାର ନଜିର ରହିଛି l ଏଠିକାର ଲୋକମାନେ ସାଧାରଣତଃ ନଦୀ ଉପରେ ନିର୍ଭର କରିଥାନ୍ତି । ନିଜର ଦୈନନ୍ଦିନ କାର୍ଯ୍ୟ ପାଇଁ ବ୍ରାହ୍ମଣୀ ନଦୀ ଏକ ପ୍ରକାର ସେମାନଙ୍କ ପାଇଁ ସାହା ଭରସା । କିନ୍ତୁ ଏବେ ନଦୀରେ କୁମ୍ଭୀର ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି । ତୁରନ୍ତ ବନ ବିଭାଗ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।