LIVE TV

ଟ୍ବିନ୍‌ସିଟି ଭିଡ଼ ନିୟନ୍ତ୍ରଣ ପାଇଁ ତ୍ରିଶୂଳିଆରେ ନିର୍ମାଣ ହେବ ଦ୍ୱିତୀୟ ବ୍ରିଜ୍, ୩୬ ମାସ ମଧ୍ୟରେ କାମ ସାରିବାକୁ ଲକ୍ଷ୍ୟ

NEWS7
Odisha Assembly

ଭୁବନେଶ୍ବର ୨୦।୯: ଟ୍ବିନ୍‌ସିଟି ଭିଡ଼ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ତ୍ରିଶୂଳିଆରେ ନିର୍ମାଣ ହେବ ଦ୍ୱିତୀୟ ବ୍ରିଜ୍ । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ, ତ୍ରିଶୂଳିଆରେ ଦ୍ୱିତୀୟ ବ୍ରିଜ୍ ନିର୍ମାଣ ହେବ । ଏହି ପ୍ରକଳ୍ପ ପାଇଁ ୨୯୭ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ଟେଣ୍ଡର ପ୍ରକ୍ରିୟା ଜାରି ରହିଛି । ୩୬ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ବିଧାନସଭାରେ କଂଗ୍ରେସ ବିଧାୟକ ସୋଫିଆ ଫିର୍ଦ୍ଦୋସଙ୍କ ପ୍ରଶ୍ନରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଲିଖିତ ଉତ୍ତର ରଖିଛନ୍ତି ।