କଲୋମ୍ବୋ: ଦିନିକିଆ ମହିଳା ବିଶ୍ୱକପର ଷଷ୍ଠ ମୁକାବିଲା ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ଶ୍ରୀଲଙ୍କାର କଲୋମ୍ବୋରେ ଥିବା ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଉଛି। ଆଜିର ମ୍ୟାଚ୍‌ରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଟସ୍‌ ବେଳେ ପୁରୁଷ ଏସିଆ କପ୍‌ ଦୃଶ୍ୟ ମହିଳା ବିଶ୍ୱକପ୍‌ରେ ଦେଖିବାକୁ ମିଳିଥିଲା। ଟସ୍‌ ପଡିବା ପରେ କିମ୍ବା ପୂର୍ବରୁ ଦୁଇ ଦେଶର କ୍ୟାପ୍ଟେନ ପରସ୍ପର ସହିତ ହାତ ମିଳାଇ ନଥିଲେ।

ଟସ ହାରିହା ପରେ ପ୍ରଥମେ ବ୍ୟାଟିଂ କରିଥିଲା ଭାରତ। ଦଳ ପକ୍ଷରୁ ପ୍ରତୀକା ରାୱଲ ଓ ସ୍ମୃତି ମନ୍ଧାନା ଓପନିଂ କରିଥିଲେ। ଭାରତ ରକ୍ଷଣଶୀଳ ଭାବେ ବ୍ୟାଟିଂ କରୁଥିବା ବେଳେ ସ୍ମୃତି ମନ୍ଧାନଙ୍କ ୱିକେଟ ହରାଇଥିଲା। ୮.୬ ଖେଳ ବେଳେ ସ୍ମୃତିଙ୍କ ୱିକେଟ୍ ଯାଇଥିଲା। ପାକିସ୍ତାନର ଫାତିମା ସାନା ତାଙ୍କୁ ଏଲବିଡବ୍ଲୁ କରାଇଥିଲେ। ସ୍ମୃତି ୩୨ ବଲ୍‌ରେ ୨୩ ରନ୍ କରି ଆଉଟ୍ ହୋଇଥିଲେ। ମନ୍ଧାନ ଆଉଟ ହେବା ପରେ ହରଲୀନ ଦେଓଲ ପଡ଼ିଆକୁ ଓହ୍ଲାଇଥିଲେ।

ଏହାପରେ ସେ ଅନ୍ୟ ଓପନର ପ୍ରତୀକା ରାୱଲଙ୍କ ସହ ମିଶି ଟିମ୍‌ର ରନକୁ ଆଗକୁ ବଢାଇଥିଲେ। ହେଲେ ୧୪.୫ ଓଭର ବେଳେ ପ୍ରତୀକାଙ୍କର ବି ୱେକେଟ ଯାଇଥିଲା। ସାଦିଆ ଇକବାଲ ତାଙ୍କୁ ବୋଲ୍ଡ କରିଥିଲେ। ଆଉଟ ହେବା ପୂର୍ବରୁ ପ୍ରତୀକା ୩୭ ବଲ୍‌ରେ ୩୧ ରନ୍ କରିଥିଲେ। 

ପ୍ରତୀକା ଆଉଟ ହେବା ପରେ କ୍ୟାପ୍ଟେନ୍ ହରମନପ୍ରତୀ କୌର ବ୍ୟାଟିଂ କରିବାକୁ ଆସି ହରଲୀନ ଦେଓଲ ପ୍ରତିକା ଚାୱଲଙ୍କ ସହ ମିଶି ବ୍ୟାଟିଂ ଜାରି ରଖଛନ୍ତି। ଖବର ଲେଖାଯିବା ସୁଦ୍ଧା ଭାରତ ୧୬.୩ ଓଭର ଖେଳ ବେଳେ ଭାରତ ୭୪ ରନ୍ କରି ୨ ୱିକେଟ୍ ହରାଇଛି। 

ଭାରତର ପ୍ଲେଇଂ ଇଲେଭେନ

ପ୍ରତୀକା ରାୱଲ, ସ୍ମୃତି ମନ୍ଧାନା, ହରଲୀନ ଦେଓଲ୍, ହରମାନପ୍ରୀତ କୌର (କ୍ୟାପ୍ଟେନ), ଜେମିମା ରୋଡ୍ରିଗସ୍, ରିଚା ଘୋଷ (କିପର), ଦୀପ୍ତି ଶର୍ମା, ସ୍ନେହ ରାଣା, ରେଣୁକା ସିଂ ଠାକୁର, କ୍ରାନ୍ତି ଗୌଡ, ଶ୍ରୀ ଚରଣୀ

 ବେଞ୍ଚ- ଅମାନଜୋତ କୌର, ରାଧା ଯାଦବ, ଅରୁଣଧତୀ ରେଡ୍ଡୀ ଓ ଉମା ଛେତ୍ରୀ

ପାକିସ୍ତାନ ପ୍ଲେଇଁ ଇଳେଭେନ- ମୁନିବା ଅଲି, ସାଦାଫ ଶାମାସ, ସିଦ୍ର ଅମିନ, ରମୀନ ଶାମିମ, ଆଲିଆ ରିଆଜ, ସିଦ୍ଧ୍ରା ନୱାଜ (କିପର), ଫାତିମା ସାନା (କ୍ୟାପ୍ଟେନ), ନାତାଲିଆ ପରଭେଜ୍, ଡାଏନା ବାଗ, ନାଶ୍ରା ସାନ୍ଧୁ, ସାଦିଆ ଇକବାଲ