ସମ୍ବଲପୁର ୧୭।୯: ଭିଜିଲାନ୍ସ ଜାଲରେ ଦୁଇ କର୍ମଚାରୀ । ସମ୍ବଲପୁର ରେଙ୍ଗାଲି ବ୍ଲକ୍ ଏଜୁକେସନ ଅଫିସରେ କାର୍ଯ୍ୟରତ ଜୁନିୟର ଆସିଷ୍ଟାଣ୍ଟ ଦୁଷ୍ମନ୍ତ ସାହୁ ଧରିଲା ଭିଜିଲାନ୍ସ । ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଦୁଷ୍ମନ୍ତ ସାହୁକୁ ମାଡିବସିଛି ଭିଜିଲାନ୍ସ ।

ସେହିପରି ପିଅନ ଗୋପବନ୍ଧୁ ସାହୁଙ୍କୁ ମଧ୍ୟ ଧରିଛି ଭିଜିଲାନ୍ସ । ଏରିୟର ଟଙ୍କା ରିଲିଜ୍ କରିବା ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଉଭୟେ ଧରାପଡିଛନ୍ତି ।