LIVE TV

ବୁଲେଟ୍ ଏବଂ ବାଇକ୍ ମୁହାଁମୁହିଁ ଧକ୍କା : ଦୁର୍ଘଟଣାରେ ଚାଲିଗଲା ୩ ଜଣଙ୍କ ଜୀବନ

NEWS7
Accident

ନୟାଗଡ଼ ୩୦।୯: ବୁଲେଟ୍ ଏବଂ ବାଇକ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ନୟାଗଡ଼ ଓଡଗାଁ ଥାନା ଗୋଡ଼ିପଲ୍ଲୀ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।

ସୂଚନାଯୋଗ୍ୟ ଯେ, ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଗୋଡିପଲ୍ଲୀ ନିକଟରେ ବୁଲେଟ୍ ଏବଂ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ୩ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ମାନେ ହେଲେ ଗଞ୍ଜାମ ଜିଲ୍ଲା କରସିଙ୍ଗିର ସିଲୁ, କେନ୍ଦ୍ରାପଡ଼ା ଅଞ୍ଚଳର ସନ୍ତୋଷ ରାଉତରାୟ ଏବଂ ଓଡ଼ଗାଁ ଥାନା ଚେମେଡ଼ିର ମୋହନ ବାରିକ । ସିଲୁ ଏବଂ ସନ୍ତୋଷ ବାଇକ୍‌ରେ କରସିଙ୍ଗ ପଟୁ ଆସୁଥିବା ବେଳେ ମୋହନ ନିଜ ବୁଲେଟ୍‌ରେ କରସିଙ୍ଗ ପଟକୁ ଯାଉଥିବା ସମୟରେ ଗୋଡ଼ିପଲ୍ଲୀ ନିକଟରେ ଉଭୟଙ୍କ ଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଓଡ଼ଗାଁ ପୋଲିସ ଘଟଣାର ତଦନ୍ତ କରୁଛି ।