News7 Logo

ବୈତରଣୀ, ବୁଢ଼ାବଳଙ୍ଗ, ଜଳକା ଓ ସୁବର୍ଣ୍ଣରେଖାରେ ଜଳ ବୃଦ୍ଧି ପାଇବ, ସତର୍କ ସଂକେତ ଉପରକୁ ଯିବ

NEWS7
Flood

ଭୁବନେଶ୍ବର ୨: ରାଜ୍ୟରେ ବନ୍ୟା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ । ସେ କହିଛନ୍ତି ରାଜ୍ୟରେ ବନ୍ୟା ସ୍ଥିତି ନାହିଁ । ସୋମବାର ସୁବର୍ଣ୍ଣରେଖାରେ ୨୦.୯୭ ମିମି, ବୁଢାବଳଙ୍ଗରେ ୪୩.୦୭ ମିମି, ବୈତରଣୀରେ ୩୦.୬୫ ମିମି ବର୍ଷା ହୋଇଛି । ବୈତରଣୀ, ବୁଢ଼ାବଳଙ୍ଗ, ଜଳକା ଓ ସୁବର୍ଣ୍ଣରେଖାରେ ଜଳ ବୃଦ୍ଧି ପାଇବ । ଏହା ସତର୍କ ସଂକେତ ଉପରକୁ ଯିବ । ମଙ୍ଗଳବାର ବର୍ଷା ନହେଲେ ବିପଦ ସଂକେତ ଟପିବ ନାହିଁ ।

କୌଣସି ନଦୀରେ ବନ୍ୟା ନାହିଁ ।  ହୀରାକୁଦରେ ୬୨୬.୩୧ ଫୁଟ, ରେଙ୍ଗାଳିରେ ୧୨୨. ମିଟର ଜଳ ଅଛି । କେଉଁଠି ବି ଗେଟ୍ ଖୋଲିବ ନାହିଁ । ଯଦି ସୋମବାର ବର୍ଷା ଯୋଗୁଁ ଜଳ ଭଣ୍ଡାରକୁ ଆସେ, ତେବେ ଗେଟ୍ ଖୋଲିବା ନିଷ୍ପତ୍ତି ନିଆଯାଇପାରେ । କେନ୍ଦୁଝର ହାଟଡିହି, ଘସିପୁରା, ବାଲେଶ୍ୱର ସହରରେ ଲଗାଣ ବର୍ଷା ଯୋଗୁଁ ଜଳବନ୍ଦୀ ହୋଇଥିଲା । ଯାହା ଅଳ୍ପ ସମୟରେ ସ୍ୱାଭାବିକ ହୋଇଯାଏ । ମୁଣ୍ଡଳୀରେ ଲକ୍ଷେ କ୍ୟୁସେକ୍ ତଳେ ଜଳ ପ୍ରବାହିତ ହେଉଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।