ନୂଆଦିଲ୍ଲୀ: ଏସିଆ କପ୍‌ ପାଇଁ ଟିମ୍‌ ଇଣ୍ଡିଆର ବ୍ଲୁ ପ୍ରିଣ୍ଟ। ପ୍ରତିପକ୍ଷ ଟିମ୍‌କୁ ଚକମା ଦେବାକୁ ସ୍ୱତନ୍ତ୍ର ରଣନୀତି। ଟୁର୍ଣ୍ଣାମେଣ୍ଟରେ ଭାରତକୁ ଦେବ ବିଜୟର ଗ୍ୟାରେଣ୍ଟି ଦେବ HAT। ୯ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍। ମୈଦାନକୁ ଓହ୍ଲାଇବେ ଟିମ୍‌। ଏବେଠୁ ଆରମ୍ଭ ହୋଇଗଲାଣି ଅଙ୍କକଷା। ଚକ୍ରବ୍ୟୁହରେ ଫସାଇବାକୁ ଭାରତର ପ୍ଲାନ୍। ବୋଲରଙ୍କୁ ମୁହଁତୋଡ଼ ଜବାବ ଦେବେ ଭାରତୀୟ ଟିମ୍‌ର ବିସ୍ଫୋରକ ବ୍ୟାଟର୍‌ 'HAT'। ଇଏ ୩ ଅକ୍ଷର ନୁହେଁ ବରଂ ୩ ଖେଳାଳିଙ୍କ ନାଁ। ଯିଏ ଏହି ବର୍ଷ ଟି-୨୦ ଅନ୍ତର୍ଜାତୀୟରେ ଭାରତ ପାଇଁ ସର୍ବାଧିକ ରନ୍ କରିଛନ୍ତି। Hରେ ହାର୍ଦ୍ଦିକ ପାଣ୍ଡ୍ୟା। A- ଅଭିଷେକ ଶର୍ମା ଏବଂ T- ତିଲକ ବର୍ମା। ୨୦୨୫ ମସିହାରେ ଏପର୍ଯ୍ୟନ୍ତ ଖେଳାଯାଉଥିବା ଟି-୨୦ରେ ଭାରତ ପାଇଁ ସର୍ବାଧିକ ରନ୍ କରିଥିବା ୩ ଜଣ ବ୍ୟାଟର। ଅଭିଷେକ, ତିଲକ ଏବଂ ହାର୍ଦ୍ଦିକ।

ଏବେ ଆସନ୍ତୁ ଟି୨୦ ଅନ୍ତର୍ଜାତୀୟରେ ଏହି ତିନି ଜଣ ଭାରତୀୟ ବ୍ୟାଟରଙ୍କ ଦବଦବା ଉପରେ ନଜର ପକାଇବା। ପ୍ରଥମେ HATରେ ସାମିଲ ଦୁଇ ବାମହାତୀ ବ୍ୟାଟଙ୍କ ବିଷୟରେ ଆଲୋଚନା କରିବା ଅର୍ଥାତ୍ ଅଭିଷେକ ଶର୍ମା ଏବଂ ତିଲକ ବର୍ମା। ଚଳିତ ବର୍ଷ ଟି-୨୦ ଆନ୍ତର୍ଜାତୀୟ ସ୍ତରରେ ଉଭୟ ଭାରତର ସର୍ବାଧିକ ସ୍କୋରର। ଅଭିଷେକ ଶର୍ମା ୨୦୨୫ ମସିହାରେ ଖେଳାଯାଇଥିବା ଟି ଟି-୨୦ ମ୍ୟାଚରେ ଭାରତ ପାଇଁ ସର୍ବାଧିକ ୨୭୯ ରନ କରିଛନ୍ତି। ସେ ଗୋଟିଏ ଶତକ ମାରିଛନ୍ତି

ସେହିପରି ତିଲକ ବର୍ମା ମଧ୍ୟ ଏହି ବର୍ଷ ଏପର୍ଯ୍ୟନ୍ତ କେବଳ ଟି ଟି-୨୦ ମ୍ୟାଚ ଖେଳିଛନ୍ତି, ଯେଉଁଥିରେ ସେ ୧୩୩ ରନ କରିଛନ୍ତି। ଏହି ସମୟରେ ତାଙ୍କର ସର୍ବାଧିକ ସ୍କୋର ୭୨ ରନର ଅପରାଜିତ ଇନିଂସହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିଷୟରେ କହିବାକୁ ଗଲେ, ସେ ୨୦୨୫ ମସିହାରେ ଭାରତ ପାଇଁ କେବଳ ଟି T20 ମ୍ୟାଚ୍ ଖେଳିଛନ୍ତି। ପାଣ୍ଡ୍ୟା ସେହି ଟି ମ୍ୟାଚରେ ୧୧୨ ରନ କରିଛନ୍ତି, ଯେଉଁଥିରେ ୫୩ ରନ ତାଙ୍କର ସର୍ବାଧିକ ସ୍କୋର ଥିଲା।

ଅଭିଷେକ ଶର୍ମା ଏବଂ ତିଲକ ବର୍ମା ଏହି ବର୍ଷ T20 ଆନ୍ତର୍ଜାତୀୟ ସ୍ତରରେ ସର୍ବାଧିକ ରନ ସ୍କୋରର। ୨୦୨୩ ପରଠାରୁ T20 କ୍ରିକେଟରେ ଛକା ମାରିବା କ୍ଷେତ୍ରରେ ଉଭୟ ଶ୍ରେଷ୍ଠ ଭାରତୀୟଙ୍କ ମଧ୍ୟରେ ଅଛନ୍ତି। ଅଭିଷେକ ଶର୍ମା ଗତ ଦୁଇ ବର୍ଷରେ ସର୍ବାଧିକ ୧୮୨ ଛକା ମାରିଛନ୍ତି। ୨୦୨୩ ପରଠାରୁ ତିଲକ ବର୍ମା ଭାରତରେ ସର୍ବାଧିକ ଛକା ମାରିବାରେ ତୃତୀୟ ସ୍ଥାନରେ ଅଛନ୍ତି। ସେ ୧୩୫ଟି ଛକା ମାରିଛନ୍ତି।

ଏଥିରୁ ବୁଝିଯାଇଥିବେ 'HAT' ରହସ୍ୟ କ'। ଏହି ୩ ବ୍ୟାଟରଙ୍କ ଉପରେ ପୁରା ବ୍ୟାଟିଂ ଅର୍ଡର ଭରସା। ଏସିଆ କପରେ ଭାରତ ପାଇଁ ବିଜୟର ଗ୍ୟାରେଣ୍ଟି ହିଁ ଏମାନେ ଆଣିବେ। ହାର୍ଦ୍ଦିକ, ଅଭିଷେକ ଏବଂ ତିଲକ ସେମାନଙ୍କର ରନ ସ୍କୋରିଂ ଧାରା ବଜାୟ ରଖିଲେ ପ୍ରତିପକ୍ଷ ଟିମ୍‌କୁ ଦେବ ବିରାଟ ଲକ୍ଷ୍ୟ। ଏସିଆ କପରେ ଭାରତ ଏହି ଋଣନୀତି କିପରି କାମ ଦେଉଛି ତାହା ଦେଖିବାକୁ ବାକି ରହିଲା।