ପୁରୀ: ଚଣ୍ଡିଗଡ଼ରେ ଥିବା ଚିତକାରା ୟୁନିଭର୍ସିଟିର ଛାତ୍ରଛାତ୍ରୀମାନେ ପୁରୀରେ ଥିବା ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ସ୍ୟାଣ୍ଡ ଆର୍ଟ ପାର୍କରେ ବାଲୁକା କଳାର ଟ୍ରେନିଂ ନେଇଛନ୍ତି

ଚିତକାରା ୟୁନିଭେର୍ସିଟିର ଛାତ୍ରଛାତ୍ରୀମାନେ ପୁରୀ ଆସି ମାନସ ସାହୁଙ୍କ ତତ୍ୱାବଧାନରେ ଳିଆପଣ୍ଡା ଲାଇଟ ହାଉସ ନିକଟସ୍ଥ ବେଳାଭୂମିରେ ଥିବା ମାନସ ସାହୁଙ୍କ ସ୍ୟାଣ୍ଡ୍ ଆର୍ଟ ପାର୍କରେ ବାଲୁକା କଳାର ଟ୍ରେନିଂ ନେଇଛନ୍ତି।

ମାନସ ସାହୁ ସମସ୍ତଙ୍କୁ ବିଭିନ୍ନ ସାମୁଦ୍ରିକ ଜୀବମାନଙ୍କର ବାଲୁକା କଳା ଶିଖାଇଛନ୍ତି । ଏହା ସହ ସେ ଏହି ବାଲୁକା କଳା ମାଧ୍ୟମରେ କିପରି କଇଁଛ ଏବଂ ସାମୁଦ୍ରିକ ଜୀବମାନଙ୍କ ସୁରକ୍ଷା କରାଯାଇପାରିବ ତାହାର ବାର୍ତ୍ତା ମଧ୍ୟ ଦେଇଛନ୍ତିଏଥିରେ ମାନସ ସାହୁଙ୍କୁ ସମାଜସେବୀ କେଦାରନାଥ ମହାପାତ୍ର, ସତ୍ୟନାରାୟଣ ପାତ୍ର ସହଯୋଗ କରିଛନ୍ତି