LIVE TV

ଷୋଡ଼ଶ ଦିନାତ୍ମକ ପୂଜାର ଦଶମ ଓ ନବରାତ୍ରର ଦ୍ଵିତୀୟ ଦିବସ : ଶକ୍ତିପୀଠ ମାନଙ୍କରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା

NEWS7
Special worship

କଟକ ୨୩।୯: ନବରାତ୍ର ପୂଜାର ଦ୍ଵିତୀୟ ଦିନରେ କଟକର ବିଭିନ୍ନ ଶକ୍ତିପୀଠ ମନ୍ତ୍ରଧ୍ଵନୀରେ ପ୍ରକମ୍ପିତ ହେଉଛି । ମନ୍ଦିରରେ ହୋମଯଜ୍ଞ ଓ ସମସ୍ତ ନୀତିକାନ୍ତି ଚାଲିଛି । କଟକ ସହରର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀ ମାତଙ୍ଗି ବେଶରେ ଦର୍ଶନ ଦେଉଛନ୍ତି । ସେହିଭଳି ମା’ ଗଡଚଣ୍ଡୀ ବଗଳାମୁଖି ବେଶରେ ଦର୍ଶନ ଦେଉଛନ୍ତି । ମା’ ଝାଞ୍ଜିରୀମଙ୍ଗଳା ଠାକୁରାଣୀ ଚାମୁଣ୍ଡା ବେଶରେ ଦର୍ଶନ ଦେଉଛନ୍ତି ।

ଯେହେତୁ ଷୋଡ଼ଶ ଦିନାତ୍ମକ ପୂଜାର ଆଜି ହେଉଛି ଦଶମ ଦିବସ ଓ ନବରାତ୍ରର ଦ୍ଵିତୀୟ ଦିବସ ସେଥିପାଇଁ ଶକ୍ତିପୀଠ ମାନଙ୍କରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା ସହ ରୀତିନୀତି କରାଯାଇଛି । ସେହିଭଳି ମନ୍ଦିର ମାନଙ୍କରେ ଭକ୍ତ ମାନଙ୍କର ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି । ଏହି ସମୟରେ ମା’ଙ୍କ ଦର୍ଶନ କଲେ ସବୁ ପାପ କ୍ଷୟ ହୁଏ ବୋଲି ବିଶ୍ବାସ ରହିଛି ।