LIVE TV

ପାଣିଟାଙ୍କି ନିକଟରେ ବସା ବାନ୍ଧିଥିଲା ମହୁମାଛି, ଆକ୍ରମଣରେ ୬ ଜଣ ଗୁରୁତର

NEWS7
Borigumma

ବୋରିଗୁମ୍ମା ୧୦୧୦: ମହୁମାଛି ଆକ୍ରମଣରେ ୬ ଜଣ ଗୁରୁତର । ବୋରିଗୁମ୍ମା କୋଟପାଡ଼ ଜାତୀୟ ରାଜପଥ ଲାଲମୁଣ୍ଡା ଛକ ନିକଟରେ ଏକ ବଡ଼ ପାଣି ଟାଙ୍କି ନିକଟରେ ମହୁମାଛି ଆକ୍ରମଣ କରିଛନ୍ତି । ଲାଲମୁଣ୍ଡା ଗ୍ରାମର ଜଣ ଓ କଲୋନୀ ନମ୍ବର ପାଞ୍ଚ ଗ୍ରାମର ଜଣ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି । ସମସ୍ତେ ଗୁରୁତର ଆହତ ହୋଇ ଶଶାହାଣ୍ଡିର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ମହୁମାଛି ଆକ୍ରମଣରେ ୬ ଜଣ ଗୁରୁତର ଆହତଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ଥିବା ଡ଼ାକ୍ତର ପ୍ରକାଶ କରିଛନ୍ତି ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଜାତୀୟ ରାଜପଥରେ ନିକଟରେ ଥିବା ପାଣି ଟାଙ୍କିରେ ମହୁମାଛି ବସା ବାନ୍ଧିଥିଲେ । ଏ ନେଇ ସରପଞ୍ଚ ଓ ବ୍ଲକ ପ୍ରଶାସନ ଅନୁରୋଧ କରାଯାଇଥିଲା । କୌଣସି ପ୍ରକାରେ ମହୁମାଛି ବସା ବାହାର କରିବାକୁ ପଦକ୍ଷେପ ନିଆଯାଇ ନାହିଁ ଫଳରେ ଗାଡ଼ି ମଟର ଯିବା ଆସିବା ବେଳେ ମଧ୍ୟ ଯାତ୍ରୀ ମହୁମାଛି ଆକ୍ରମଣରେ ଶିକାର ହେଉଥିବା ଦେଖିବାକୁ ମିଳୁଛି । ​​​​​​​