LIVE TV

ଦ୍ଵିତୀୟ ପରେ ବି ତିଷ୍ଠିଲାନି ତୃତୀୟ ବିବାହ ! କଣ ସନା ଜାବେଦ୍‌ଙ୍କୁ ଛାଡପତ୍ର ଦେବେ ଶୋଏବ ?

NEWS7
sana

ନୂଆଦିଲ୍ଲୀ ୦୪।୧୦; ଟେନିସ୍ ଷ୍ଟାର ସାନିଆ ମିର୍ଜା। ତାଙ୍କ ପୂର୍ବତନ ପାକିସ୍ତାନୀ କ୍ରିକେଟର୍ ଶୋଏବ୍ ମଲିକ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଛାଡ଼ପତ୍ର ଚର୍ଚ୍ଚା ଶୁଣିବାକୁ ମିଳୁଛି । ୨୦୨୪ରେ ଏ ଦୁହେଁ ବିବାହ କରି ଚର୍ଚ୍ଚାକୁ ଆସିଥିଲେ। ହେଲେ ଏବେ ଦୁହେଁ ଏପର୍ଯ୍ୟନ୍ତ କୌଣସି ମତ ରଖିନାହାଁନ୍ତି । କିନ୍ତୁ ଇନଷ୍ଟାରେ ଏକ ଭିଡିଓରୁ ଏନେଇ ଗୁଜବ ହେଉଛି ।

ଭାରତୀୟ ଟେନିସ୍ ଷ୍ଟାର ସାନିଆ ମିର୍ଜାଙ୍କ ପୂର୍ବ ସ୍ବାମୀ ସୋଏବ୍ ପୁଣିଥରେ ଛାଡ଼ପତ୍ରକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଜାତୀୟ ଗଣମାଧ୍ୟମ ଖବର ଅନୁସାରେ, ଶୋଏବ ତୃତୀୟ ପତ୍ନୀ ସନା ଜାବେଦଙ୍କଠାରୁ ଛାଡ଼ପତ୍ର ନେବେ । ଏହି ଦୁଇଜଣ ୨୦୨୪ରେ ବିବାହ କରିଥିଲେ।ଏହା ଆଗରୁ ଶୋଏବ୍ ସାନିଆ ମିର୍ଜାଙ୍କ ସହ ୧୪ ବର୍ଷ ବିବାହ ସମ୍ପର୍କରେ ଥିଲେ । ଦୁହିଁଙ୍କର ଗୋଟିଏ ପୁଅ ମଧ୍ୟ  ଅଛି । ରିପୋର୍ଟ ଅନୁସାରେ, ଶୋଏବ ଓ ସନା ଜାବେଦଙ୍କ ଭିତରେ କିଛି ଠିକଠାକ୍ ନାହିଁ । ଦୁହେଁ ଛାଡ଼ପତ୍ର ଆଡ଼କୁ ବଢ଼ୁଛନ୍ତି । ଏକ ଭିଡିଓକୁ ନେଇ ଛାଡ଼ପତ୍ର ଖବର ସାମ୍ନାକୁ ଆସୁଛି । ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ସୋଏବ୍ ଅଟୋଗ୍ରାଫ୍ ଦେଉଥିବାବେଳେ ସନା ମୁହଁ ବୁଲାଇ ବସିଛନ୍ତି। ଦୁହେଁ ପରସ୍ପର ପ୍ରତି ଚିଡ଼ୁଥିବା ଲକ୍ଷ୍ୟ କରାଯାଉଛି ।

ସୋଏବ୍ ୨୦୧୦ରେ ଟେନିସ୍ ଖେଳାଳି ସାନିଆଙ୍କୁ ବିବାହ କରିଥିଲେ । ଏହା ଥିଲା ତାଙ୍କର ସୀମା ପାର୍ ବିବାହ , ଯାହା ୨୦୨୪ରେ ଶେଷ ହୋଇଯାଇଥିଲା । ଦୁହିଁଙ୍କ ଭିତରେ ଛାଡପତ୍ର ହୋଇଥିଲେ ବି କେହି ଏହାର କାରଣ ପ୍ରକାଶ କରିନଥିଲେ । ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ସୋଏବ ପାକିସ୍ତାନ ଅଭିନେତ୍ରୀ ସନା ଜାବେଦଙ୍କୁ ବିବାହ କରିଥିଲେ ।