News7 Logo

ଶିଳ୍ପା ଶେଟ୍ଟୀଙ୍କ ବଡ଼ ନିଷ୍ପତ୍ତି, ୬୦ କୋଟିର ଠକେଇ ମାମଲା ପରେ ରେଷ୍ଟୁରାଣ୍ଟ ବାଷ୍ଟିଆନ୍‌ରେ ପଡ଼ିଲା ତାଲା

NEWS7
Shilpa

ମୁମ୍ଵାଇ ୦୩।୦୯; ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ପରିବାର ଏବେ କଠିନ ସମୟ ଦେଇ ଗତି କରୁଛନ୍ତି। ଲାଗୁଛି ଯେମିତି ସମସ୍ୟା ତାଙ୍କ ପିଛା ଛାଡୁନି ।  ଅଭିନେତ୍ରୀ ଏବଂ ତାଙ୍କ ବ୍ୟବସାୟୀ ସ୍ୱାମୀଙ୍କ ବିରୋଧରେ ଠକେଇ ଅଭିଯୋଗ ଆସିବାର କିଛି ସପ୍ତାହ ପରେ, ଅଭିନେତ୍ରୀ ଏବେ ଏକ ବଡ଼ ଘୋଷଣା କରିଛନ୍ତି। ମୁମ୍ବାଇର ବାନ୍ଦ୍ରାରେ ଥିବ‌ା ତାଙ୍କର ପ୍ରତିଷ୍ଠିତ ରେସ୍ତୋରାଁ ବାଷ୍ଟିଆନକୁ ବନ୍ଦ କରୁଛନ୍ତି। ଏହି ନିଷ୍ପତ୍ତି ଏବେ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି।

ଏନେଇ ଇନଷ୍ଟା ଷ୍ଟୋରୀରେ ଶିଳ୍ପା ପୋଷ୍ଟ ସେୟାର କରି ଏହା ବିଷୟରେ ସୂଚନା ଦେଇଛନ୍ତି। ଶିଳ୍ପା ଲେଖିଛନ୍ତି, "ଏହି ଗୁରୁବାର ଏକ ଯୁଗର ଅନ୍ତ ହେବ। ଆମେ ମୁମ୍ବାଇର ସବୁଠାରୁ ପ୍ରତିଷ୍ଠିତ ସ୍ଥାନ ବାଷ୍ଟିଅନ୍ ବାନ୍ଦ୍ରାକୁ ବନ୍ଦ କରିବାକୁ ଯାଉଛୁ। ବଷ୍ଟିଅନ୍ ଏକ ଏଭଳି ସ୍ଥାନ ଥିଲା ଯାହା ଆମକୁ ଅଗଣିତ ସ୍ମୃତି, ଅବିସ୍ମରଣୀୟ ରାତି ଏବଂ ମୁହୂର୍ତ୍ତ ଦେଇଥିଲା।  ଯାହା ସହରର 'ନାଇଟ୍ ଲାଇଫ୍'କୁ ଆକାର ଦେଇଥିଲା। ଏବେ ସେ ବିଦାୟ ନେବାକୁ ଯାଉଛି। ତାଙ୍କ ନୋଟରେ ଆହୁରି ଲେଖିଛନ୍ତି, "ଏହି ସ୍ଥାନକୁ ସମ୍ମାନ ଜଣାଇବା ପାଇଁ, ଆମେ ଆମର ନିକଟତମ ବନ୍ଧୁମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସନ୍ଧ୍ୟାର ଆୟୋଜନ କରୁଛୁ। ଶେଷ ଥର ପାଇଁ ପୁଣି ଥରେ ‌‌ସେଇ ଯାଦୁକୁ ଅନୁଭବ କରିବା ପାଇଁ ଏହାର ଆୟୋଜନ ହେଉଛି।"

ଉଲ୍ଲେଖଯୋଗ୍ୟ, ୨୦୧୬ରେ ରଞ୍ଜିତ ବିନ୍ଦ୍ରାଙ୍କ ସହ ମିଶି ବଷ୍ଟିଆନ୍ ରେସ୍ତୋରାଁ ଆରମ୍ଭ କରିଥିଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ଏହି ରେସ୍ତୋରାଁ 'ସି’ ଫୁ'ଡ୍କୁ ନେଇ ବେଶ୍ ପ୍ରସିଦ୍ଧ। ହେଲେ କିଛି ଦିନ ତଳେ EOW ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ଋଣ ଏବଂ ନିବେଶ ଚୁକ୍ତି ବାହାନାରେ ମୁମ୍ବାଇର ଜଣେ ବ୍ୟବସାୟୀଙ୍କଠାରୁ ୬୦.୪ କୋଟି ଟଙ୍କା ଠକେଇ କରିଥିବା ନେଇ ଏତଲା ରୁଜୁ କରିଥିଲା।