LIVE TV

କରିସ୍ମାଙ୍କ ବିବାହକୁ ବର୍ବାଦ କରିଥିଲେ ପ୍ରିୟା ସଚଦେବ, ସଞ୍ଜୟ କପୁରଙ୍କ ଭଉଣୀ ମନ୍ଦିରାଙ୍କ ଆଶ୍ଚର୍ଯ୍ୟଜନକ ଖୁଲାସା

NEWS7
Sanjay

ମୁମ୍ଵାଇ ୦୪।୧୦; କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ଶିଳ୍ପପତି ସଞ୍ଜୟ କପୁର। ତାଙ୍କ ମୃତ୍ୟୁ ପରେ, କପୁର ପରିବାର ବିବାଦ ଆଉ ଏକ ମୋଡ଼ ନେଇଛି। ସ୍ୱର୍ଗତ ସଞ୍ଜୟ କପୁରଙ୍କ ଭଉଣୀ ମନ୍ଦିରା କପୁର ସ୍ମିଥ୍ ଏବେ ବଡ ଖୁଲାସା କରିଛନ୍ତିଅଭିନେତ୍ରୀ କରିସ୍ମା କପୁରଙ୍କ ଠାରୁ ସଞ୍ଜୟ କପୁରଙ୍କ ଅଲଗା ହେବା ପାଇଁ ତାଙ୍କ ତୃତୀୟ ପତ୍ନୀ ପ୍ରିୟା ସଚଦେବ କପୁରଙ୍କୁ ଦାୟୀ କରିଛନ୍ତି।

ଏକ ସାକ୍ଷାତକାରରେ ସଞ୍ଜୟ କପୁରଙ୍କ ଭଉଣୀ ମନ୍ଦିରା ସେହି ସମୟକୁ ମନେ ପକାଇଛନ୍ତି, ଯେତେବେଳେ ତାଙ୍କ ଭାଇଙ୍କ ବିବାହ ଭାଙ୍ଗିଯାଉଥିଲା। ସେ କହିଛନ୍ତି ଯେ ସେ ସଞ୍ଜୟ ଏବଂ ପ୍ରିୟାଙ୍କ ବଢ଼ୁଥିବା ନିକଟତା ବିଷୟରେ ଅବଗତ ଥିଲେ କିନ୍ତୁ କେବେବି ଏହାକୁ ଗ୍ରହଣ କରି ନଥିଲେ। ମନ୍ଦିରା କହିଛନ୍ତି, "ସେହି ବିମାନରେ ଭେଟିବା ପରଠାରୁ ମୁଁ ପ୍ରିୟା ଏବଂ ସଞ୍ଜୟ ବିଷୟରେ ଜାଣିଥିଲି। କିନ୍ତୁ ମୁଁ ଖୁସି ନଥିଲି। କରିସ୍ମା ଏବଂ ମୋ ଭାଇ ପ୍ରକୃତରେ ଖୁସିରେ ଥିଲେ। ସେହି ସମୟରେ କିୟାନ ଜନ୍ମ ହୋଇଥିଲା। ମୋ ଭାଇ ତାଙ୍କ ପିଲାମାନଙ୍କ ପ୍ରତି ବହୁତ ଉତ୍ସାହୀ ଥିଲେ। ହେଲେ ଏହି ବିବାହରେ ତୃତୀୟ ଲୋକ ପଶିଲେ ସମ୍ପର୍କ ଖରାପ ହୁଏ । ଲୋଲୋ ସହ ଏହା ହେବା ଠିକ୍‌ ନଥିଲା ।  

ତାଙ୍କ ସ୍ୱର୍ଗତ ପିତା ସମେତ ତାଙ୍କ ସମଗ୍ର ପରିବାର ସଞ୍ଜୟ ଏବଂ ପ୍ରିୟାଙ୍କ ସମ୍ପର୍କ ବିରୁଦ୍ଧରେ ଥିଲେ। ବାପା ପ୍ରିୟାଙ୍କ ବିରୁଦ୍ଧରେ ଥିଲେ। ସେ କହିଥିଲେ ଯେ ସେ ସଞ୍ଜୟ କେବେବି ତାଙ୍କୁ ବିବାହ କରିପାରିବେ ନାହିଁ। ମୁଁ ତାଙ୍କ ମୁହଁ ଦେଖିବାକୁ ମଧ୍ୟ ଚାହୁଁନାହିଁ ପରିବାରରେ କେହି ତାଙ୍କୁ ସପୋର୍ଟ କରୁ ନଥିଲେ। କିନ୍ତୁ ମୋ ପାଇଁ, ଲୋଲୋଙ୍କ ପିଲା ସବୁ କିଛି ଥିଲେମନ୍ଦିରା ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ସେ ସେହି କଷ୍ଟକର ସମୟରେ କରିସ୍ମାଙ୍କ ସହିତ ନ ଥିବାରୁ ଅନୁତାପ କରନ୍ତି।