News7 Logo

RBIର ଦାବି, ଏବେବି ଲୋକଙ୍କ ପାଖରେ ଅଛି ୫୯୫୬ କୋଟି ଟଙ୍କାର ୨ ହଜାର ଟଙ୍କିଆ ନୋଟ

NEWS7
RBI

ମୁମ୍ବାଇ ୦୩।୦୯ : ୧୯ ମେ ୨୦୨୩ରେ ଭାରତ ସରକାର ୨ ହଜାଟ ଟଙ୍କିଆ ନୋଟକୁ ଅଚଳ ବୋଲି ଘୋଷଣା କରିଥିଲା । ସେବେଠାରୁ ଭାରତୀୟ ବଜାରରୁ ଥିବା ୨ ହଜାର ଟଙ୍କିଆ ନୋଟ୍‌ ସବୁ ରିଜର୍ବ ବ୍ୟାଙ୍କ ଫେରିବା ଆରମ୍ଭ ହୋଇଥିଲା । ବର୍ତ୍ତମାନ ଯାଏଁ ୯୮.୩୩ ପ୍ରତିଶତ ନୋଟ ଆର୍‌ବିଆଇକୁ ଫେରିଆସିଛି । ହେଲେ ଏବେବି ଭାରତୀୟ ବଜାରରେ ବିପୁଳ ମାତ୍ରାରେ ୨ ହଜାର ଟଙ୍କିଆ ନୋଟ ରହିଛି । ରିଜର୍ଭ ବ୍ୟାଙ୍କର ଜଣେ ଅଧିକାରୀଙ୍କ ମତରେ, ଏବେବି ଲୋକଙ୍କ ପାଖରେ ୫,୯୫୬ କୋଟି ଟଙ୍କାର ୨ ହଜାର ନୋଟ ରହିଛି ।