News7 Logo

ନୂଆପଡ଼ା ଉପ ନିର୍ବାଚନ ପ୍ରକ୍ରିୟା ଆରମ୍ଭ : ଭୋଟର ତାଲିକା ସଂଶୋଧନ ପାଇଁ ବିଜ୍ଞପ୍ତି ପ୍ରକାଶ

NEWS7
Nuapada by election

ଭୁବନେଶ୍ବର ୧୩।୯: ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ଉପ ନିର୍ବାଚନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ପାଇଁ ହେବ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ବା SSR । ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ରବିବାର ସୁଦ୍ଧା ମତଦାନ କେନ୍ଦ୍ରର ପୁନଃବ୍ୟବସ୍ଥାପନ/ପରିବର୍ତ୍ତନ ହେବ । ଦାବି ଓ ଆପତ୍ତି ଦାଖଲ କରିବା ଅବଧି ସେପ୍ଟେମ୍ବର ୧୫ରୁ ୨୯ ତାରିଖ ମଧ୍ୟରେ ରହିଛି । ଅକ୍ଟୋବର ୭ ତାରିଖ ସୁଦ୍ଧା ଦାବି ଓ ଆପତ୍ତିର ସମାଧାନ । ଅକ୍ଟୋବର ୯ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା ।

ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ଖାଲି ପଡିଥିବା ଆସନ ପାଇଁ ହେବ ଉପ ନିର୍ବାଚନ । ୨୦୨୪ ନିର୍ବାଚନ ପରେ ନୂଆପଡ଼ାରେ ପ୍ରଥମ ଉପ ନିର୍ବାଚନ ହେବ । ୨୦୨୪ର ନିର୍ବାଚନରେ ୧୦ ହଜାର ୮୮୧ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ ରାଜେନ୍ଦ୍ର ଢୋଲକିଆନୂଆପଡ଼ା ବିଧାନସଭା ଆସନରୁ ୪ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ଢୋଲକିଆ । ଏବେ ତାଙ୍କ ବିୟୋଗ ପରେ କେଉଁ ଦଳ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି । ଏହି ଉପ ନିର୍ବାଚନର ଫଳାଫଳ ଓଡ଼ିଶାବାସୀଙ୍କ ମୁଡ୍‌କୁ ସାମ୍ନାକୁ ଆଣିବ । ନୂଆ ସରକାରର ପୂର୍ବଭଳି ଲୋକପ୍ରିୟତା ରହିଛି ନା ବିରୋଧୀ ଏହା ଭିତରେ ଲୋକଙ୍କ ଭରସା ଜିତିଲେଣି ତାହାର ପ୍ରମାଣ ଦେବ ନୂଆପଡ଼ା ଉପ ନିର୍ବାଚନ ।