ଆଠଗଡ଼ ୦୧/୧୧: ବାବା ଧବଳେଶ୍ବରଙ୍କ ପୀଠରେ ଆଜିଠୁ ପଞ୍ଚକ ବ୍ରତ ଆରମ୍ଭ । କଟକର ଅନ୍ୟତମ ଶୈବପୀଠ ଧବଳେଶ୍ଵରଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ । ପଞ୍ଚକର ପ୍ରଥମ ଦିନରେ ଭକ୍ତଙ୍କ ଗହଳି ଲାଗିଛି । ପଞ୍ଚକ ଓ ବଡ଼ଓଷା ପାଇଁ ୩ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା, ୧୪ଟି ଟ୍ରାଫିକ୍ ପୋଷ୍ଟ । 

ସୂଚନା ଥାଉକି, ଆଜି ହେଉଛି ପହିଲି ପଞ୍ଚୁକ । ଚଳଚଞ୍ଚଳ ଆଠଗଡର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠ। ଆଶୁତୋଷ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ମହାକାର୍ତ୍ତିକ ମାସର ଶେଷ ପର୍ବ ହେଉଛି ବାବା ଧବଳେଶ୍ୱରଙ୍କର ବଡ଼ ଓଷା । ରାତ୍ର ୩ଟାରୁ ଦ୍ଵାର ଫିଟା ଯାଇ ୧୦୮ ଗରା ସୁବାସିତ ଜଳରେ ବାବାଙ୍କୁ ମହାସ୍ନାନ କରାଯାଇ ମଇଲମ, ମଙ୍ଗଳ ଆଳତୀ ଆଦି ସମସ୍ତ ରୀତିନୀତି କରାଯାଇ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ଛଡ଼ା ଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।