News7 Logo

ପିଏନବି ଗ୍ରାହକଙ୍କ ପାଇଁ ନୂଆ ନିୟମ, ଏହି ଶୁଳ୍କ ବଢାଇବ ବ୍ୟାଙ୍କ...

NEWS7
pnb

ନୂଆଦିଲ୍ଲୀ ୧୨।୦୯: ପିଏନବି ଗ୍ରାହକଙ୍କୁ ବଡ ଝଟକା । ୧ ଅକ୍ଟୋବରରୁ ଲାଗୁ ହେବ ନୂଆ ନିୟମ । ଗ୍ରାହକଙ୍କ ପାଇଁ କିଛି ସେବା ଶୁଳ୍କରେ ପରିବର୍ତ୍ତନ କରିଛି ପିଏନବି । ଆଗାମୀ ସମୟରେ ଲାଗିବ ଅଧିକ ଚାର୍ଜ  । ବାସ୍ତବରେ ପିଏନବି ଲକର୍ ଧାରକଙ୍କ ପାଇଁ ରହିଛି ଏହି ନିୟମ । ନୂଆ ହାର, ଲକରର ଆକାର ଏବଂ ଶାଖାର ସ୍ଥାନ ଉପରେ ନିର୍ଭର କରିବ । ନୂଆ ହାର ପରବର୍ତ୍ତୀ ବାର୍ଷିକ ଭଡାର ଧାର୍ଯ୍ୟ ତାରିଖରୁ ଲାଗୁ ହେବ।

ଛୋଟ ଲକର ପାଇଁ ଗ୍ରାମାଞ୍ଚଳରେ ୧୦୦୦ ଟଙ୍କା ରହିବ । ଏଥିରେ କୌଣସି ପରିବର୍ତ୍ତନ ହେବନି । ଅର୍ଦ୍ଧ-ସହରୀ ଅର୍ଥଳରେ ୧୫୦୦ ଟଙ୍କା ହେବ । ଯାହା ପୂର୍ବରୁ ୧୨୫୦ ଟଙ୍କା ରହିଥିଲା । ସହରାଞ୍ଚଳ/ମେଟ୍ରୋ ଅଞ୍ଚଳରେ ପୂର୍ବ ପରି ୨୦୦୦ ଟଙ୍କା ରହିବ ।

ସେହପିର ମଧ୍ୟମ ଲକର୍‍ ପାଇଁ ଗ୍ରାମାଞ୍ଚଳରେ ୨୫୦୦ ଟଙ୍କା ରହିବ । ଯାହା ପୂର୍ବରୁ ୨୨୦୦ ଟଙ୍କା ଥିଲା। ଅର୍ଦ୍ଧ-ସହରାଞ୍ଚଳରେ ୩୦୦୦ ଟଙ୍କା । ପୂର୍ବରୁ ଏହା ୨୫୦୦ ଟଙ୍କା ଥିଲା। ସହରାଞ୍ଚଳ/ମେଟ୍ରୋରେ ୪୦୦୦ ଟଙ୍କା ହେବ । ପୂର୍ବରୁ ଏହା ୩୫୦୦ ଟଙ୍କା ଥିଲା ।

ଏହାବ୍ୟତୀତ ବଡ଼ ଲକର୍‌ ପାଇଁ  ଗ୍ରାମାଞ୍ଚଳରେ ୪୦୦୦ ଟଙ୍କା । ପୂର୍ବରୁ ଏହା ୨୫୦୦ ଟଙ୍କା ଥିଲା । ଅର୍ଦ୍ଧ-ସହରାଞ୍ଚଳରେ ୫୦୦୦ ଟଙ୍କା । ପୂର୍ବରୁ ୩୦୦୦ ଟଙ୍କା ଥିଲା । ସହରାଞ୍ଚଳରେ ୬୫୦୦ ଟଙ୍କା । ପୂର୍ବରୁ ୫୫୦୦ ଟଙ୍କା ଥିଲା । ମେଟ୍ରୋରେ ୭୦୦୦ ଟଙ୍କା । ପୂର୍ବରୁ ୫୫୦୦ ଟଙ୍କା ଥିଲା ।

ସେହିପରି ବହୁତ ବଡ଼ ଲକର୍‌ ପାଇଁ ଗ୍ରାମାଞ୍ଚଳରେ ୬୦୦୦ ଟଙ୍କା । ଅର୍ଦ୍ଧ-ସହରାଞ୍ଚଳରେରେ ୭୦୦୦ ଟଙ୍କା, ସହରାଞ୍ଚଳରେ ୮,୫୦୦ ଟଙ୍କା, ଏବଂ ମେଟ୍ରୋରେ ୯,୦୦୦ ଟଙ୍କା ହେବ । ଯାହା ପୂର୍ବରୁ ୮,୦୦୦ ଟଙ୍କା ଥିଲା ।

ଅତିରିକ୍ତ ବଡ଼ ଲକର୍ ପାଇଁ ଗ୍ରାମାଞ୍ଚଳରେ ୧୦,୦୦୦ ଟଙ୍କା। ଅର୍ଦ୍ଧ-ସହରାଞ୍ଚଳରେ ୧୦,୫୦୦ ଟଙ୍କା, ସହରାଞ୍ଚଳରେ ୧୧,୦୦୦ ଟଙ୍କା, ମେଟ୍ରୋରେ ୧୨,୦୦୦ ଟଙ୍କା ଦେବାକୁ ପଡିବ ।