LIVE TV

ପୁନର୍ଗଠନ ବେଆଇନ ଅଭିଯୋଗ : ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘର ବିକ୍ଷୋଭ ପ୍ରଦର୍ଶନ

NEWS7
Bhadrak

ଭଦ୍ରକ ୧୯।୯: ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ ଭଣ୍ଡାରିପୋଖରୀ ଶାଖା ପକ୍ଷରୁ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ପରିସରରେ ବିକ୍ଷୋଭ ପ୍ରଦର୍ଶନ । ବିଡ଼ିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଉଚ୍ଚନ୍ୟାୟାଳୟଙ୍କ ରହିତାଦେଶ ପତ୍ର ପ୍ରଦାନ କଲା ସଂଘ l

ସୂଚନାଯୋଗ୍ୟ ଯେ, ବ୍ଲକର ସମସ୍ତ ପଞ୍ଚାୟତର ଇସି ସଂଘର ସଦସ୍ୟା ଗତ ୨୩ ବର୍ଷ ଧରି କାର୍ଯ୍ୟକାରୀ ହୋଇନଥିବା ପୁନର୍ଗଠନ ବେଆଇନ ଭାବେ ହୋଇଥିବା ଅଭିଯୋଗ କରିଥିଲେ । ଏହାକୁ ବନ୍ଦ କରାଯିବା ସହ ବକେୟା ଅର୍ଥ ତୁରନ୍ତ ପ୍ରଦାନ କରିବା ଦାବିରେ ବ୍ଲକ ପରିସରରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିକ୍ଷୋଭ ସହ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ଭଦ୍ରକ ଜିଲ୍ଲାପାଳଙ୍କ ଅବଗତି ନିମନ୍ତେ ଉଚ୍ଚନ୍ୟାୟାଳୟଙ୍କ ରହିତାଦେଶ ପତ୍ର ମଧ୍ୟ ପ୍ରଦାନ କରିଥିଲେ ।

ସେପଟେ, ଗୋଷ୍ଠୀ ଉନ୍ନୟନ ଅଧିକାରୀ କହିଛନ୍ତି ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ । ବିଭାଗ ଏହି ଅଭିଯୋଗ ଉପରେ ନିଷ୍ପତ୍ତି ନେବେ ।