ବ୍ରହ୍ମପୁର: ଗାଈ ପେଟରୁ ବାହାରିଲା ୪୦ କିଲୋ ପଲିଥିନ ଜରି। ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁରରେ। ଗତକାଲି ସନ୍ଧ୍ୟାରେ ଗୋଟିଏ ଗାଈ ଅସୁସ୍ଥ ଥିବା ନେଇ ଖବର ପାଇବା ପରେ ପ୍ରାଣୀ ଚିକିତ୍ସାଳୟ ଆମ୍ବୁଲାନ୍ସ ପହଞ୍ଚି ଗାଈକୁ ପ୍ରାଣୀ ଚିକିତ୍ସାଳୟକୁ ଆଣିଥିଲେ। 
ଗାଈକୁ ଜ୍ବର ଥିବାରୁ ଔଷଧ ଦିଆଯାଇଥିଲା। ଏହା ପରେ ଗାଈଟି ସୁସ୍ଥ ହେବାପରେ  ଗାଈର ପେଟରୁ ଅପରେସନ ଦ୍ବାରା ପ୍ରାୟ ୪୦ କିଲୋ ପଲିଥିନ ଜରି କଢ଼ାଯାଇଥିଲା। ତେବେ ବର୍ତ୍ତମାନ ଗାଈ ଏବେ ସୁସ୍ଥ ଥିବା କହିଛନ୍ତି ପ୍ରାଣୀ ଚିକିତ୍ସା ଡାକ୍ତର।