News7 Logo

ଶିକ୍ଷକ ଆନ୍ଦୋଳନ ପରେ ତତ୍ପରତା, ଶିକ୍ଷକ ପ୍ରତିନିଧିମଣ୍ଡଳୀ ସହ ଆଲୋଚନା କଲେ ମନ୍ତ୍ରୀ

NEWS7
Minister holds talks with teachers' delegation after teachers' strike.

​​​​​​​ଭୁବନେଶ୍ବର: ଶିକ୍ଷକ ଆନ୍ଦୋଳନ ପରେ ସରକାରଙ୍କ ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଛି। ଶନିବାର ଶିକ୍ଷକ ପ୍ରତିନିଧିମଣ୍ଡଳୀ ସହ ଆଲୋଚନା କରିଛନ୍ତି ଦୁଇ ମନ୍ତ୍ରୀ, ବିଧାୟକ ଓ ଗଣଶିକ୍ଷା ସଚିବ। ସୂଚନା ଅନୁସାରେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ବିଧାୟକ ବାବୁ ସିଂ ପ୍ରମୁଖ ପ୍ରତିନିଧିମଣ୍ଡଳୀ ସହ ଆଲୋଚନା କରିଛନ୍ତି।

ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଶିକ୍ଷକଙ୍କ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ସକରାତ୍ମକ ମାନସିକତାରେ ରଖିଛନ୍ତି। ଶିକ୍ଷକଙ୍କ ସମସ୍ୟାର ସମାଧାନ ପାଇଁ ଏକ କମିଶନ ଗଠନ ହେବ। ଯେଉଁଥିରେ ଅର୍ଥ, ଆଇନ ବିଭାଗ ଓ ଶିକ୍ଷାବିତ ରହିବେ। ଏନେଇ କିଛି ସମୟ ଓ ତର୍ଜମାର ଆବଶ୍ୟକ ରହିଛି। ଏହା ସେ ପୂର୍ବ ସରକାରକୁ ଦାୟୀ କରିଛନ୍ତି। ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ପୂର୍ବ ସରକାର ଶିକ୍ଷକଙ୍କ ସମସ୍ୟା ଓ ଦାବି ପୁରଣ ନେଇ କୌଣସି ପଦକ୍ଷେପ ନେଇନଥିଲେଯେଉଁଥିପାଇଁ ପ୍ରକ୍ରିୟା ବିଳମ୍ବ ହେଉଛି। ଆମେ ଚେଷ୍ଟା କରୁଛୁ। କିଛି ସମୟ ଲାଗିବ।

ନ୍ୟପଟେ ଆଇନ ମନ୍ତ୍ରୀ କହିଛନ୍ତି ଓଷ୍ଟା ଓ ଶିକ୍ଷକ ସମନ୍ବୟ ସମିତି ସହିତ ଆଲୋଚନା ହୋଇଛି। ତାଙ୍କର ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ହୋଇଛି । ୫ ଜଣିଆ କମିଟି ଗଠନ ହୋଇଛି। ଦାବି ଉପରେ ତର୍ଜମା କରନ୍ତୁ। ଖିବଶୀଘ୍ର ରିପୋର୍ଟ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଯେହେତୁ ଶିକ୍ଷକମାନେ ଆନ୍ଦୋଳନରେ ଅଛନ୍ତି, ସେଥିପାଇଁ ଶିକ୍ଷକ ନେତାମାନଙ୍କ ସହିତ ଆଲୋଚନା ହୋଇଛି। ଟି ଦାବି ଉପରେ ଆଲୋଚନା ହେଲା। ଖୁବଶୀଘ୍ର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ବସିବ। ଏ ପ୍ରକ୍ରିୟା ଶୀଘ୍ର ଶେଷ ହେବାକୁ ଆମେ ଚେଷ୍ଟିତ। ଖୁବଶୀଘ୍ର ପଜିଟିଭ ନିଷ୍ପତ୍ତି ନିଆଯିବ।

ଅନ୍ୟପଟେ ଶିକ୍ଷକ ସମନ୍ବୟ ସମିତି ପକ୍ଷରୁ କୁହାଯାଇଛି ଯେ, ଦାବି ସମ୍ପର୍କରେ ସରକାର ଅବଗତ ଅଛନ୍ତି। ବାରମ୍ବାର ଦାବି ହୋଇଆସୁଛି। ପୂର୍ବ ସରକାରରୁ ଏଯାବତ ଅନେକ କମିଟି ଗଠିତ ହୋଇଛି। ହେଲେ ସମାଧାନ ହୋଇନାହିଁ। ଆଜିର ବୈଠକରେ ପରେ ଆମେ ଆଶାବାଦୀ ରହିଛୁ। ହେଲା ସରକାରଙ୍କର ପକ୍ଷରୁ ଲିଖିତ ପ୍ରତିଶ୍ରୁତି ମିଳିଲେ ହିଁ ଆନ୍ଦୋଳନ ସ୍ଥଗିତ ରଖିବୁ ବୋଲି କହିଛନ୍ତି ସମନ୍ବୟ ସମିତିଆବାହକ ରଞ୍ଜନ ଦାସ