ହୈତିରେ ଭୟଙ୍କର ବାତ୍ୟା ମେଲିସା ଯୋଗୁଁ ବହୁ କ୍ଷୟକ୍ଷତି ହୋଇଛି । ଏଥିରେ ଏପର୍ଯ୍ୟନ୍ତ ୨୫ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି । ବୁଧବାର ଏହି ବାତ୍ୟା ଜାମାଇକା ଏବଂ କ୍ୟୁବାରେ ମଧ୍ୟ ବିପର୍ଯ୍ୟୟ ସୃଷ୍ଟି କରିଥିଲା। ଦକ୍ଷିଣ ହୈତିର ଉପକୂଳବର୍ତ୍ତୀ ସହର ବହୁ କ୍ଷତି ହୋଇଛି ବନ୍ଧ ଭାଙ୍ଗି ନିକଟସ୍ଥ ଘର ଗୁଡ଼ିକରେ ପାଣି ପଶିଯିବାରୁ ୨୫ ଜଣଙ୍କର ମୃତ୍ୟୁ ହୋଇଛି। ମେୟର ରିପୋର୍ଟ କରିଛନ୍ତି ଯେ ବୁଧବାର ସକାଳ ସୁଦ୍ଧା ଅନେକ ଘର ଭୁଶୁଡି ପଡ଼ିଛି ଏବଂ ଲୋକମାନେ ଏବେ ବି ଧ୍ୱଂସାବଶେଷ ତଳେ ଫସି ରହିଛନ୍ତି।  ଲୋକମାନଙ୍କୁ ଉଦ୍ଧାର କରିବାର କାର୍ଯ୍ୟ ଜାରି ରହିଛି ।

ଜାମାଇକାରେ ଧ୍ୱଂସ କରିଛି

ଝଡ଼ ବତ୍ୟା ଯୋଗୁଁ ଜାମାଇକାରେ ଅତି କମରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଯାହା ଏହାକୁ ଏପର୍ଯ୍ୟନ୍ତ ରେକର୍ଡ କରାଯାଇଥିବା ସବୁଠାରୁ ଶକ୍ତିଶାଳୀ ଆଟଲାଣ୍ଟିକ୍ ବାତ୍ୟା ମଧ୍ୟରୁ ଗୋଟିଏ । ଜାମାଇକାର ମନ୍ତ୍ରୀ ସ୍ଥାନୀୟ ରେଡିଓ ଷ୍ଟେସନ୍ ନେଟୱାର୍କକୁ କହିଛନ୍ତି ଦକ୍ଷିଣ-ପଶ୍ଚିମ ଏବଂ ଉତ୍ତର-ପଶ୍ଚିମ ଅଞ୍ଚଳରେ ସର୍ବାଧିକ କ୍ଷତି ହୋଇଛି। ଅଧିକାରୀମାନେ କହିଛନ୍ତି ଯେ ଅନେକ ଘର ଭାଙ୍ଗିଯାଇଛି ଏବଂ ରାସ୍ତା ଅବରୋଧ ହୋଇଛି।

କ୍ୟୁବାରେ ପରିସ୍ଥିତି କ?

ଅଧିକାରୀମାନେ କହିଛନ୍ତି ଯେ ପୂର୍ବ କ୍ୟୁବାରେ ପ୍ରାୟ ୭୩୫,୦୦୦ ଲୋକ ଏବେ ବି ଆଶ୍ରୟସ୍ଥଳରେ ଅଛନ୍ତି। ମେଲିସା କ୍ୟୁବା ଅତିକ୍ରମ କରିବା ସମୟରେ ଦୁର୍ବଳ ହେବାର ଆଶଙ୍କା କରାଯାଉଛିକିନ୍ତୁ ଦକ୍ଷିଣ-ପୂର୍ବ କିମ୍ବା କେନ୍ଦ୍ରୀୟ ବାହାମାସ ଦେଇ ଗତି କରିବା ସମୟରେ ଏହା ଶକ୍ତିଶାଳୀ ରହିବ। ଗୁରୁବାର ବିଳମ୍ବିତ ରାତି ସୁଦ୍ଧା ଏହା ବରମୁଡା ନିକଟରେ ସ୍ଥଳଭାଗ ଛୁଇଁବ ବୋଲି ଆଶା କରାଯାଉଛି।