News7 Logo

୧୫ ବର୍ଷୀୟ ଓୱେନ କୁପର; ଏମି ପୁରସ୍କାର  ଜିତି ରଚିଛନ୍ତି ଇତିହାସ , ଦେଶୀ ଗାର୍ଲ କରିଛନ୍ତି ପ୍ରଶଂସା

NEWS7
Owen Cooper

ମୁମ୍ବାଇ : ୭୭ତମ ପ୍ରାଇମଟାଇମ୍ ଏମି ଆୱାର୍ଡ' ଉତ୍ସବ ଲସ୍ ଏଞ୍ଜେଲସର ପିକକ ଥିଏଟରରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିଥର ଭଳି  ଏହି ଶୋକୁ ଖାସ୍ କରିଛନ୍ତି ଅନେକ ଫିଲ୍ମ, ଷ୍ଟାର୍ସ ଓ ସିରିଜ୍ । ଏହି ଆଓ୍ବାର୍ଡ ଶୋ' ଇଭେଣ୍ଟରେ ବେଷ୍ଟ ଡ୍ରାମା, ଲିମିଟେଡ୍ ସିରିଜ୍ ଓ ଟକ୍ ଶୋ' ସମେତ ୨୫ଟି ବିଭାଗ। ତା ଛଡ଼ା ଶ୍ରେଷ୍ଠ ଅଭିନେତା, ଅଭିନେତ୍ରୀ ଏବଂ ଲେଖକଙ୍କୁ ପୁରସ୍କୃତ କରାଯାଇଥିଲା । ଟ୍ରେମେଲ ଟିଲେମେନ ଓ ବ୍ରିଟ୍ ଲୋଅର ସେଭରେନ୍ସ'ରେ ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ବିବେଚିତ ହୋଇଥିଲେ । ହେଲେ ସମସ୍ତଙ୍କୁ ପଛରେ ପକାଇ ଶୋ ସୁପର୍ହୋଇଥିଲେ ୧୫ ବର୍ଷୀୟ ଓୱେନ କୁପର । ଲିମିଟେଡ୍ ସିରିଜ୍ ଏଡୋଲ୍‌ସେନ୍ସ' ପାଇଁ ଶ୍ରେଷ୍ଠ ସହକଳାକାର ପୁରସ୍କାର ଜିତି ଓୱେନ ଏମି ଇତିହାସର ସର୍ବକନିଷ୍ଠ ଆୱାର୍ଡ ବିଜେତା ଭାବେ ରେକର୍ଡ ସୃଷ୍ଟି କରିଥିଲେ ।

କୁପର କହିଥିଲେ, "ସତ କହିବାକୁ ଗଲେ, ଯେତେବେଳେ ମୁଁ କିଛି ବର୍ଷ ପୂର୍ବେ ଡ୍ରାମା କ୍ଲାସ୍ ଆରମ୍ଭ କରିଥିଲି, ମୁଁ କେବେ ଆମେରିକା ଯିବା ବିଷୟରେ ଭାବି ନଥିଲି। କିନ୍ତୁ ଏହି ଆୱାର୍ଡ ଶୋ ପ୍ରମାଣିତ କରିଛି , ତୁମେ  ଯଦି ଧ୍ୟାନ ଦେଇ ଶୁଣ, ଆରାମଦାୟକ କ୍ଷେତ୍ରରୁ ବାହାରକୁ ଆସ, ତେବେ ତୁମେ ଜୀବନରେ ସବୁକିଛି ହାସଲ କରିପାରିବ। ତିନି ବର୍ଷ ପୂର୍ବେ ମୁଁ କିଛି ବି ନଥିଲି। ଏବେ ମୁଁ ଏଠାରେ ଅଛି। ତେଣୁ ସବୁକିଛି ସମ୍ଭବ।"

ଏହି ଆୱାର୍ଡ ଶୋ ରେ ଟେଲିଭିଜନ ଜଗତର ବହୁ ନାମୀଦାମୀ ଚେହେରା ନିଜ ଗ୍ଲାମରର ଜଲୱା ଦେଖାଇଥିଲେ । ଆୱାର୍ଡ ଶୋରେ ସମବଡ଼ି ସମହୋୟାର' ସମସ୍ତଙ୍କୁ ଚକିତ କରିଥିବା ବେଳେ ଏଡୋଲସେନ୍ସ’, ‘ସେଭରେନ୍ସ’, ‘ହେକ୍ସଦ ଷ୍ଟୁଡିଓଆୱାର୍ଡ ବିଜେତା ତାଲିକାର ଶୀର୍ଷଭାଗ ମଣ୍ଡନ କରିଥିଲେ । ଏହି ଶୋ'ର ବିଭିନ୍ନ ବିଭାଗର ବିଜେତାମାନେ ହେଲେ- ଡ୍ରାମା ସିରିଜ୍‌ର ଶ୍ରେଷ୍ଠ ଅଭିନେତ୍ରୀ: ବ୍ରିଟ ରୋଜନ ( ସେଭରେନ୍ସ), କମେଡି ସିରିଜର ଶ୍ରେଷ୍ଠ ଅଭିନେତା ଓ ନିର୍ଦ୍ଦେଶକ: ସେଠ ରୋଜେନ (ଦ ଷ୍ଟୁଡିଓ), ଶ୍ରେଷ୍ଠ ଅଭିନେତ୍ରୀ: ଜିନ ସ୍ମାର୍ଟ (ହେକ୍ସ), ଶ୍ରେଷ୍ଠ ନିର୍ଦ୍ଦେଶକ: ଲବାନ ଗୋଲ୍ଡବର୍ଗ (ଦ ଓନର), ଲିମିଟେଡ୍ ସିରିଜର ଶ୍ରେଷ୍ଠ ଅଭିନେତ୍ରୀ: କ୍ରିଷ୍ଟିନ ମିଲିୟୋଟି (ଦ ପେଙ୍ଗୁଇନ), ଆଉଟ୍ରଷ୍ଟାଣ୍ଡିଂ ଟକ୍ ଶୋ: ଦ ଡେଲି ଶୋ, ଜିମି କିମେଲ ଲାଇଭ ଓ ଦ ଲେଟ ଶୋ ୱିଥ୍ ଷ୍ଟିଫନ କୋଲବର୍ଗ, ଲିମିଟେଡ୍ ସିରିଜ୍‌ର ବେଷ୍ଟ ରାଇଟିଂ ସିରିଜ୍: ଆଡୋଲସେନ୍ସ, ଡ୍ରାମା ସିରିଜ୍‌ର ଶ୍ରେଷ୍ଠ କଳାକାର: ଷ୍ଟଲିଂ କେ. ବ୍ରାଉନ (ପେରା ଡାଇଜ୍), ଗେରି ଓଲ୍ଡମେନ (ଗ୍ଲୋ ହାସିଂସ), ପେଟ୍ରୋ ପାସ୍କଲ (ଦି ଲାଷ୍ଟ ଅଫ୍ ଅସ୍), ଏଡମ ଷ୍ଟାର୍କ (ସେଭରେନ୍ସ), କମେଡି ସିରିଜ୍ ଆଉଟ୍‌ଷ୍ଟାଣ୍ଡିଂ ରାଇଟିଂ: ସେଠ ରୋଜେନ, ଇବାନ ଗୋଲ୍ଡବର୍ଗ, ପିଟର ହ୍ୟୁକ୍, ଏଲେକ୍ସ ଗ୍ରେଗରୀ, ଫ୍ରିଡା ପେରେଜ ଓ ଦ ଷ୍ଟୁଡିଓ ।