LIVE TV

ଅତାବିରାରେ ଜଘନ୍ୟ ହତ୍ୟାକାଣ୍ଡ : ଗଳା କାଟି ଫିଙ୍ଗିଦେଲେ ଦୁର୍ବୃତ୍ତ

NEWS7
Bargarh

ବରଗଡ଼ ୧୨୧୦: ବରଗଡ଼ ଅତାବିରାରେ ଜଘନ୍ୟ ହତ୍ୟାକାଣ୍ଡ । ଗୋଡଭଗା ସତୀଜୋର୍ ନିକଟରେ ବ୍ୟକ୍ତିଙ୍କ ଗଳା କାଟି ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ଘଟଣାସ୍ଥଳରେ ଅତାବିରା ଓ ଗୋଡଭଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ପହଞ୍ଚିଛନ୍ତି ବରଗଡ଼ ଏସଡିପିଓ । ଅଧିକ ତଦନ୍ତ ପାଇଁ ଡଗ୍ ସ୍କ୍ୱାଡ୍ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିଛନ୍ତି । ମୃତ ବ୍ୟକ୍ତି ଜଣକ ବରହାଗୋଡା ଗାଁର ମହାଦେବ ସାହୁ ।

ସୂଚନାଯୋଗ୍ୟ ଯେ, ବରଗଡ଼ ଜିଲ୍ଲା ଅତାବିରା ଗୋଡଭଗା ସତୀଜୋର୍ ନିକଟ ରାଜରାସ୍ତା କଡ଼ରେ ପଡ଼ିରହିଛି ଜଣେ ବ୍ୟକ୍ତିଙ୍କ ମୃତଦେହ । ବ୍ୟକ୍ତିଙ୍କ ଗଳା କାଟି ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ଘଟଣାସ୍ଥଳରେ ଅତାବିରା ଓ ଗୋଡଭଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ହତ୍ୟାକାଣ୍ଡର ଅଧିକ ତଦନ୍ତ ପାଇଁ ଡଗ୍ ସ୍କ୍ୱାଡ୍ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହାସହ ଘଟଣାସ୍ଥଳରେ ବରଗଡ଼ ଏସଡିପିଓ ପହଞ୍ଚିଛନ୍ତି     ମୃତ ବ୍ୟକ୍ତି ଜଣକ ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବରହାଗୋଡା ଗ୍ରାମର ମହାଦେବ ସାହୁ ମୃତକଙ୍କ ପକେଟ୍‌ରୁ ଏକ କପଡା ମାପିବା ଫିତା ମିଳିଛି । ମୃତକ ଜଣଙ୍କ ଜଣେ ସିଲେଇ କାରିଗର ହୋଇଥିବା ସୂଚନା ମିଳିଛି