News7 Logo

ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲରର ଶୁଭାରମ୍ଭ, ଖୋଲିଲା ଅଭିଯୋଗ ପୋର୍ଟାଲ

NEWS7

ଭୁବନେଶ୍ୱର ୧୪/୦୯ : ଖୋଲିଲା ସୁଭଦ୍ରା ଯୋଜନା ଅଭିଯୋଗ ପୋର୍ଟାଲ । ବାଦ୍ ପଡ଼ିଥିବା ହିତାଧିକାରୀ ପୋର୍ଟାଲରେ ଅଭିଯୋଗ କରି ଆଉ ଥରେ ସାମିଲ ପାଇଁ ଆବେଦନ କରିପାରିବେ । ପୋର୍ଟାଲ ମାଧ୍ୟମରେ ଅଭିଯୋଗ କଲେ ସଂଗେ ସଂଗେ ହେବ ସମାଧାନ । ସୁଭଦ୍ରାରେ ୨ ଲକ୍ଷ ୮୫ ହଜାର ହିତାଧିକାରୀ ବାଦ୍ ପଡ଼ିଛନ୍ତି । ସେପ୍ଟେମ୍ବର ୧୭ରେ ହେବ ସୁଭଦ୍ରା ଯୋଜନାର ବର୍ଷ ପୁରାଣି । ବର୍ଷ ପୂର୍ତ୍ତି ଅବସରରେ ୩୪୮ ସୁଭଦ୍ରା CDPO ୟୁନିଟରେ ଧନ୍ୟବାଦ ମୋଦୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଅକ୍ଟୋବର ୧୫ ଯାଏଁ ଚାଲିବ କାର୍ଯ୍ୟକ୍ରମ । ପ୍ରତି ଅଙ୍ଗନବାଡି କେନ୍ଦ୍ରରେ ହେଵ କାର୍ଯ୍ୟକ୍ରମ । 

ସୂଚନା ଥାଉକି, ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲର ପୋର୍ଟାଲ ଜରିଆରେ ହିତାଧିକାରୀ ବିଭାଗ ସହିତ ଯୋଗାଯୋଗ କରିପାରିବେ। ସେମାନଙ୍କ ସମସ୍ତ ଅଭିଯୋଗର ଜବାବ ରଖିବ ବିଭାଗ। ଲୋକେ ଅନେକ ଅଭିଯୋଗ କରୁଥିଲେ ବି ଏହାର ଉତ୍ତର ପାଇ ପାରୁନଥିଲେ । ଏବେ ସବୁ ଅଭିଯୋଗର ଉତ୍ତର ରଖିବେ ବିଭାଗୀୟ ଅଧିକାରୀ । ଲୋକଙ୍କ ଅଭିଯୋଗ ଗୁଡ଼ିକ ବ୍ଲକ କମିଟି ଯାଞ୍ଚ କରିବ ।

ପରେ ଜିଲ୍ଲାସ୍ତରକୁ ଯାଞ୍ଚ ପାଇଁ ଯିବ, ଜିଲ୍ଲା କମିଟି ନେବ ନିଷ୍ପତ୍ତି । ଏହାର ଷ୍ଟାଟସ୍ ସବୁ ତଥ୍ୟ ପୋର୍ଟାଲରେ ଉପଲବ୍ଧ ରହିବ । ସୁଭଦ୍ରା ଯୋଜନାରୁ କାହିଁକି ବାଦ ପଡିଲେ, କାରଣ କଣ,ଆଗକୁ ସେମାନେ କଣ କଲେ ସାମିଲ ହୋଇପାରିବେ ଏ ସବୁ କଥାର ଉତ୍ତର ପୋର୍ଟାଲରେ ମିଳିବ । ବର୍ତ୍ତମାନ ସୁଭଦ୍ରାରେ ୧ କୋଟି ୯ ଲକ୍ଷ ହିତାଧୀକାରୀ ଥିବା ବେଳେ ୨ ଲକ୍ଷ ୮୫ ହଜାର ହିତାଧିକାରୀ ବାଦ୍ ପଡ଼ିଛନ୍ତି । ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ସମାଧାନର ରାସ୍ତା ବାହାରିବ ।