ଭୁବନେଶ୍ବର ୧୧।୧୦: ବିଜେପିରେ ମିଶିଛନ୍ତି ନୂଆପଡ଼ାର ପୂର୍ବତନ ବିଜେଡି ବିଧାୟକ ସ୍ଵର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଜୟ ବିଜେପି ଦଳରେ ସାମିଲ ହୋଇଛନ୍ତି

ବିଜେପିରେ ମିଶିବା ପରେ ପ୍ରତିକ୍ରିୟା ରଖିଛନ୍ତି ଜୟ ଢୋଲକିଆ । ସେ କହିଛନ୍ତି, ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେପିରେ ଯୋଗ ଦେଲି ବାପାଙ୍କ ଅଧୁରା ସ୍ବପ୍ନ ପୂରଣ କରିବା ପାଇଁ ଓ ନୂଆପଡ଼ାକୁ ୧ ନମ୍ୱର ଜିଲ୍ଲାରେ ପରିଣତ କରିବା ପାଇଁ ମୁଁ ବିଜେପିରେ ସାମିଲ ହୋଇଛି ବିକାଶଧାରା ଏକ ନିରନ୍ତର ପ୍ରକ୍ରିୟା ବାପାଙ୍କ ଦଶାହ କ୍ରିୟାରେ ମୁଁ ଶପଥ ନେଇଛି, ମୋର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ମୁଁ ସମାଜ ସେବା ପାଇଁ କାମ କରିବି ବସନ୍ତ ପଣ୍ଡା ମୋର ପିତୃତୂଲ୍ୟ ଲୋକ । ମୋତେ ଦଳ ଯାହା ଦାୟିତ୍ଵ ଦେବ, ତାକୁ ମୁଁ ନିଷ୍ଠାର ସହ ପାଳନ କରିବି ବୋଲି ଜୟ ଢୋଲକିଆ କହିଛନ୍ତି ।

​​​​​​​