LIVE TV

ଲାହୋରରେ ବ୍ୟାପକ ହିଂସା: ପୋଲିସ ସହ ସଂଘର୍ଷରେ ୨ ଜଣଙ୍କ ମୃତ୍ୟୁ, ୫ ସହରରେ ଇଣ୍ଟରନେଟ୍‌ ବନ୍ଦ

NEWS7
Islamabad turns fortress

ନୂଆଦିଲ୍ଲୀ: ଲାହୋର ସମେତ ପାକିସ୍ତାନର ପ୍ରମୁଖ ସହରରେ ହିଂସା। ପୋଲିସ ଏବଂ ଇସଲାମିକ ମୌଳବାଦୀ ସଂଗଠନ ତେହେରିକ୍-ଏ-ଲାବୈକ୍ ପାକିସ୍ତାନ (TLP)ର ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଅନେକ ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ କରିଦିଆଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗାଜା ଯୋଜନାକୁ ପାକିସ୍ତାନ ସରକାରଙ୍କ ସମର୍ଥନ ପ୍ରତିବାଦରେ ପ୍ରତିବାଦକାରୀମାନେ ରାସ୍ତାକୁ ଓହ୍ଲାଇଥିଲେ।  ପ୍ରତିବାଦ ସମୟରେ, TLP କର୍ମୀମାନେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ। ସ୍ଥିତିକୁ ଆୟତ କରିବାକୁ ଯାଇ ଲୁହ ବୁହା ଗ୍ୟାସ୍ ପ୍ରୟୋଗ ଲାଠିଚାର୍ଜ କରିଥିଲା ପୋଲିସ।

ରିପୋର୍ଟ ଅନୁଯାୟୀ, ଲାହୋରର ଜାମିଆ ମସଜିଦ୍ ରେହମତ୍ ଲିଲ୍ ଆଲାମିନ୍ ବାହାରେ ନମାଜ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ଉପରେ ପଞ୍ଜାବ ପୋଲିସ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ଗୁଳିଚାଳନା ସମୟରେ ଡଜନେ ଡଜନେ TLP କର୍ମୀ ଆହତ ହୋଇଥିଲେ। ଏହି ସଂଘର୍ଷ ସହରରେ ଉତ୍ତେଜନା ବୃଦ୍ଧି କରିଥିଲା

ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ପାକିସ୍ତାନ ସରକାର ଇସଲାମାବାଦ ଏବଂ ରାୱଲପିଣ୍ଡିରେ ଇଣ୍ଟରନେଟ୍ ସେବାକୁ ସ୍ଥଗିତ କରିଦେଇଛି। ସୁରକ୍ଷା ବାହିନୀ ଇସଲାମାବାଦ, ରାୱଲପିଣ୍ଡି, ପେଶାୱାର ଏବଂ ଲାହୋରରେ ପ୍ରମୁଖ ପ୍ରବେଶ ଏବଂ ପ୍ରସ୍ଥାନ ପଏଣ୍ଟଗୁଡ଼ିକୁ ମଧ୍ୟ ସିଲ୍ କରିଦେଇଛି।ଅଧିକାରୀମାନେ କହିଛନ୍ତି ଯେ ଏହି ପଦକ୍ଷେପଗୁଡ଼ିକ TLPର ଯୋଜନାବଦ୍ଧ 'ଇସ୍ରାଏଲ ବିରୋଧୀ ମାର୍ଚ୍ଚ'କୁ ରୋକିବା ପାଇଁ ନିଆଯାଉଥିବା ପଦକ୍ଷେପର ଏକ ଅଂଶ। "ଲାବୈକ ୟା ଆକସା ମିଲିୟନ ମାର୍ଚ୍ଚ" ବ୍ୟାନର ତଳେ ଇସଲାମାବାଦରେ ଥିବା ଆମେରିକୀୟ ଦୂତାବାସ ଅଭିମୁଖେ ମାର୍ଚ୍ଚ କରାଯିବାର ଥିଲା।

ପଞ୍ଜାବ ସରକାର ପୂର୍ବରୁ ଧାରା ୧୪୪ ଲାଗୁ କରି ସାର୍ବଜନୀନ ସମାବେଶ ଏବଂ ରାଲିକୁ ନିଷିଦ୍ଧ କରିଛନ୍ତି, ଯାହା ଅକ୍ଟୋବର ୧୮ ପର୍ଯ୍ୟନ୍ତ ବଳବତ୍ତର ରହିବ। ପ୍ରତିବାଦକାରୀଙ୍କ ଗତିବିଧିକୁ ରୋକିବା ପାଇଁ ଲାହୋରର ମୁଖ୍ୟ ରାସ୍ତା ଏବଂ ଇସଲାମାବାଦର ଫୈଜାବାଦ ଇଣ୍ଟରଚେଞ୍ଜ ସମେତ ପ୍ରମୁଖ ଛକଗୁଡ଼ିକରେ କଣ୍ଟେନର ରଖାଯାଇଛି।