କଟକ: କଟକ ବାଲିଯାତ୍ରାର ପାର୍ଟନର ନେସନ ହେଲା ଇଣ୍ଡୋନେସିଆ। ପ୍ରଥମ ଥର ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବାଲିଯାତ୍ରା ଆୟୋଜନରେ ଏକ ପାର୍ଟନର ନେସନ ଵ୍ୟଵସ୍ଥା କରାଯାଇଛି । ଯେହେତୁ ଇଣ୍ଡୋନେସିଆ ସହ ଓଡ଼ିଶାର ନୌବାଣିଜ୍ୟ ସମ୍ପର୍କ ରହିଥିଲା, ତେଣୁ ପ୍ରଥମ ଦେଶ ଭାବେ ଇଣ୍ଡୋନେସିଆକୁ ପାର୍ଟନର ନେସନ ଭାବେ ରାଜ୍ୟ ସରକାର ବାଛିଛନ୍ତି। ଏ ନେଇ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ବାଲିଯାତ୍ରା ପାର୍ଟନର ନେସନ ଭାବେ ବାଲିଯାତ୍ରା ଆୟୋଜନରେ ଇଣ୍ଡୋନେସିଆର ଏକ ପ୍ରମୁଖ ଭୂମିକା ରହି। ଜିଲ୍ଲା ପ୍ରଶାସନ ସହ ମିଳିତ ଭାବେ ଓଡିଶା ଓ ଇଣ୍ଡୋନେସିଆର ନୌବାଣିଜ୍ୟ ସମ୍ପର୍କକୁ କିଭଳି ପ୍ରଦର୍ଶିତ କରାଯି ସେ ନେଇ ଆଲୋଚନା ହୋଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ବାଲିଯାତ୍ରାରେ ଇଣ୍ଡୋନେସିଆ ହସ୍ତକଳା ଜିନିଷର ଏକ ଷ୍ଟଲ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହା ସହ ଚଳିତ ବର୍ଷ ବାଲିଯାତ୍ରାରେ ପ୍ରଥମ ଥର ପାଇଁ ଥ୍ରୀ ଡି ଗ୍ୟାଲେରୀ,ଏକ୍ସପେରିୟେନ୍ସ ଜୋନ୍ ଓ ଭିଣ୍ଟେଜ କାର୍ ପ୍ରଦର୍ଶନୀ ଆୟୋଜିତ ହେବ। ଚଳିତ ବର୍ଷ ବଲିଉଡ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ  ଓ ହର୍ଷଦୀପ କୌର ବାଲିଯାତ୍ରାରେ ସଙ୍ଗୀତ ପରିବେଷଣ କରିବେ ବୋଲି କହିଛନ୍ତି ଜିଲ୍ଲାପାଳ।